FeaturedHealthLatestNews

ଓଡିଶାରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ : ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ଓଡିଶାରେ ଆଉ ୩ଟି ମେଡିକାଲ କଲେଜ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ । ସେଗୁଡିକ ହେଲା ଯାଜପୁର, ତାଳଚେର ଏବଂ କଳାହାଣ୍ଡି ମେଡିକାଲ କଲେଜ । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି ।

କଟକରେ ଅନୁଷ୍ଠିତ ଓଡିଶା ମେଡିକାଲ ଟିଚର୍ସ ଆସୋସିଏସନ ସାଧାରଣ ପରିଷଦ ବୈଠକରେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି । କଟକ ଏସସିବି ମେଡିକାଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ କହିଛନ୍ତି ଯେ ରାଜ୍ୟରେ ୧୧ଟି ମେଡିକାଲ କଲେଜ କାର୍ଯ୍ୟ କରୁଥିବା ବେଳେ ଖୁବଶୀଘ୍ର ଆଉ ୩ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।