CrimeFeaturedLatestNews

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧. ୭୭ ଲକ୍ଷ ଲୁଟ୍‌ ଘଟଣା : ୫ ଲୁଟେରା ଗିରଫ

ବାଲିଆପାଳ (ଉମାକାନ୍ତ ନାୟକ): ବାଲେଶ୍ବର ଜିଲ୍ଲା ବସ୍ତା ପୋଲିସ ଏକ ବଡ଼ ଧରଣର ଡକାୟତ ଗ୍ୟାଙ୍ଗ କୁ ଗିରଫ କରିବାରେ ସମର୍ଥ ହୋଇଛି । ଡକାୟତି ଘଟଣା ରେ ଜଣେ ମହିଳା ଙ୍କ ସମେତ 5 ଜଣ ଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ ଗତ ଜୁଲାଇ 10 ତାରିଖ ରାତି 10 ଟା ସମୟରେ ସ୍ପନ୍ଦନ ନାମକ ଏକ ଘରୋଇ ଫାଇନାନ୍ସ କମ୍ପାନୀର କଲେକ୍ସନ ଏଜେଣ୍ଟ ଏକ ସ୍କୁଟି ଯୋଗେ ବସ୍ତା ଥାନା ଅନ୍ତର୍ଗତ ମଛଡିହା ଗ୍ରାମ ରୁ 1 ଲକ୍ଷ 77 ହଜାର 800 ଟଙ୍କା ଏକ ବ୍ଯାଗ ରେ ଧରି ଫେରୁଥିଲେ । ଏହି ସମୟରେ 3 ଜଣ ଦୁର୍ବୁତ୍ତ ବାଟରେ ଅଟକାଇ ତାଙ୍କର ସ୍କୁଟି ସହ ଟଙ୍କା ବ୍ଯାଗ ନେଇ ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ସ୍ପନ୍ଦନ ର ଶାଖା ପରିଚାଳକ ଶ୍ରୀବତ୍ସ ବେହେରା ଗତ 12 ତାରିଖ ଶୁକ୍ରବାର ବସ୍ତା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ବସ୍ତା ଥାନା ପୋଲିସ କେସ ନମ୍ବର 136/2024 ମୂଳେ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିବା ସହ ଡକାୟତି ଘଟଣା ରେ ସମ୍ପୃକ୍ତ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ନଗଦ 1 ଲକ୍ଷ 44 ହଜାର 500 ଟଙ୍କା , ଦୁଇଟି ବାଇକ, ଗୋଟିଏ ସ୍କୁଟି, 4 ଟି ମୋବାଇଲ ଫୋନ ଜବତ ହୋଇଛି ବୋଲି ବସ୍ତା ଏସଡିପିଓ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି ।