ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼, ଗୁଳିମାରିଥିବା ବ୍ୟକ୍ତିଙ୍କ ହତ୍ୟାକଲେ ସୁରକ୍ଷା କର୍ମୀ
ନୂଆଦିଲ୍ଲୀ (ସଂକେତ ଟିଭି): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ସଭାରେ ଗୁଳି ଫୁଟିଛି । ପେନସିଲଭାନିଆର ବଟଲରରେ ଏହି ସଭା ଚାଲିଥିଲା । ଏହି ସଭାରେ ଗୁଳି ଫୁଟିଥିଲା । ଟ୍ରମ୍ପ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ କାନ ଓ ଗାଲରୁ ରକ୍ତ ବୋହଥିବା ଦେଖିବାକୁ ମିଳିଛି ।
ବଟଲର କାଉଣ୍ଟିର ଆଟର୍ଣ୍ଣି କହିଛନ୍ତି, ଗୁଳିମାରିଥିବା ବ୍ୟକ୍ତି ଓ ଅନ୍ୟ ଜଣେ ସଭାରେ ଯୋଗଦେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ଲଢ଼ୁଛନ୍ତି । ସେପଟେ ଜୋ ବାଇଡେନ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ହୋଇଛନ୍ତି ।
ସୂଚନା ଅନୁସାରେ, ଆଗକୁ ଆମେରିକା ନିର୍ବାଚନ ଥିବାବେଳେ ପେନସିଲଭାନିଆରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ପ୍ରଚାର କରୁଥିଲେ । ପ୍ରଚାର ସମୟରେ ଜନତାଙ୍କୁ ସମ୍ବୋଧନ କରୁଥିବା ବେଳେ ହଠାତ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଗୁଳିମାଡ ପରେ ଟ୍ରମ୍ପ ପୋଡିୟମ ତଳେ ବସିପଡିଥିଲେ । ସେପଟେ ଟ୍ରମ୍ପଙ୍କ ସିକ୍ୟୁରିଟି ଗାର୍ଡ ତାଙ୍କୁ ସଙ୍ଗେ ସଙ୍ଗେ ଘେରି ନେଇଥିଲେ । ତେବେ ଟ୍ରମ୍ପଙ୍କ କାନ ଓ ଗାଲରେ ରକ୍ତ ଛିଟା ଲାଗିଥିବା ବେଳେ ତାଙ୍କ କାନରେ ଗୁଳି ବାଜିଥିବା ସନ୍ଦେହ କରାଯାଉଛି । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେ ବିପଦମୁକ୍ତ ଥିବା ସିକ୍ରେଟ ସର୍ଭିସ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଅନ୍ୟପଟେ ଉକ୍ତ ଘଟଣାକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଟ୍ୱିଟ୍ କରି କହିଛନ୍ତି ଯେ, ପେନସିଲଭାନିଆରେ ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ହୋଇଥିବା ଗୁଳି ବିନିମୟ ବିଷୟରେ ମୋତେ ଅବଗତ କରାଯାଇଛି। ମୁଁ ଟ୍ରମ୍ପ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ପାଇଁ ଦୁଃଖିତ ।