କ୍ରିକେଟ୍ ଟିମରେ ଜାଗା ନ ମିଳିବାରୁ ପିଚ୍ ଉପରେ ଧାରଣା ଦେଲେ ମା
କଟକ (ସଂକେତ ଟିଭି): ଅଣ୍ଡର ୧୯ କ୍ରିକେଟ ଟିମରେ ପୁଅକୁ ସ୍ଥାନ ମିଳିଲା ନାହିଁ, ପିଚ୍ ମଝିରେ ହଙ୍ଗାମା କଲେ ମା। କୋଚ୍ ବିବିସିସି ମହାପାତ୍ରଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣି ପିଚ୍ ଉପରେ ବସି ଧାରଣା ଦେଲେ ମା। ଫଳରେ କିଛି ସମୟ ପାଇଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଖେଳ ଆରମ୍ଭ ହୋଇଥିବା ଜଣାପଡିଛି । କଟକ ସନ୍ ସାଇନ୍ ଗ୍ରାଉଣ୍ଡରେ ଏଭଳି ଘଟଣାଟି ଘଟିଛି ।
ସୂଚନା ଅନୁସାରେ, ଓଡିଶା କ୍ରିକେଟ୍ ଆସୋସିଏସନ ଦ୍ୱାରା ପରିଚାଳିତ ହେଉଛି ୧୯ ବର୍ଷରୁ କମ୍ ବୟସ ବର୍ଗର ଟୁର୍ଣ୍ଣାମେଣ୍ଟ । ପ୍ରତିଯୋଗିତାରେ ଆୟୁଷ ମହାନ୍ତି ଭୁବନେଶ୍ୱର ଏ ଟିମ୍ ର ସଦସ୍ୟ ଅଛନ୍ତି । ଅଣ୍ଡର ୧୯ ଟିମ୍ ରେ ପୁଅକୁ ସ୍ଥାନ ନମିଳିବାରୁ ତାଙ୍କ ମା ଏଭଳି ହଙ୍ଗାମା କରିଥିବା କୁହାଯାଉଛି । ଆୟୁଷଙ୍କୁ ୧୧ ଜଣିଆ ଟିମ୍ ରେ ଖେଳାଯାଉ ନଥିବା ଅଭିଯୋଗ ଉପରେ ଓସିଏ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।