ରାଜ୍ୟରେ ବନ୍ଦ ହେବନି ଆହାର କେନ୍ଦ୍ର: ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟ ଆହାର ଯୋଜନା ବନ୍ଦ କରାଯିବନି। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ଗସ୍ତ କରି ଗୁରୁବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଲୋକପ୍ରିୟ ଆହାର ଯୋଜନା ବନ୍ଦ କରାଯିବନି।
ରାଜ୍ୟରେ ବର୍ତମାନ ପନିପରିବା ଦର ଅଧିକ ରହିଥିବାରୁ ଖାଦ୍ୟରେ ପରିବା କମିଥିବା କଥା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ଆଗକୁ ଖାଦ୍ୟ ଥାଳିରେ କ’ଣ ଅଧିକ ଦେଇହେବ ତାକୁ ନେଇ ବିଭାଗ ସମୀକ୍ଷା କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ତେବେ ‘ଆହାର’ ପ୍ରତି ଲୋକଙ୍କ ଆଗ୍ରହ ଥିବାରୁ ଏହା ଏକ ଲୋକପ୍ରିୟ ଯୋଜନା। ତେଣୁ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି। ତେବେ ଆହାର ନାଁ ପରିବର୍ତ୍ତନ କରାଯିବ କି ନାହିଁ ପରବର୍ତ୍ତୀ ସମୟରେ ସମୀକ୍ଷା ହେବ। ରାଜ୍ୟରେ ବିଜେପି ସରକାର ଆସିବା ପରେ ‘ଆହାର’ ଯୋଜନା ବନ୍ଦ କରାଯିବା ନେଇ ଗୁଜବ ସୃଷ୍ଟି ହୋଇଥିଲା।