ହଠାତ୍ ନବୀନ ନିବାସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭାର ଅବ୍ୟବହିତ ପୂର୍ବରୁ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସାକ୍ଷାତ କରିଛନ୍ତି । ଏହି ଅବସରରେ ବିଧାନସଭାର ସମସ୍ତ କାର୍ଯ୍ୟ ଦିବସରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଓଡିଶା ବିକାଶ ପାଇଁ ଗଠନ ମୂଳକ ପ୍ରସ୍ତାବ ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ମୋହନ ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳଠାରୁ ଗଠନମୂଳକ ସହଯୋଗ କାମନା କରିଥିଲେ। ଏହାସହ ବିକଶିତ ଓଡ଼ିଶା ଗଠନରେ ବିରୋଧୀଙ୍କ ସକ୍ରିୟ ସହଯୋଗ ନେଇ ଆଲୋଚନା କରିଥିଲେ । ଓଡ଼ିଆବାସୀଙ୍କ ସ୍ୱାର୍ଥରେ, ସବୁ ବର୍ଗ ଓ ମତ ସହ ସମନ୍ବୟ ରଖି ଓଡ଼ିଶାବାସୀଙ୍କ ସେବା କରିବାକୁ ସରକାର ପ୍ରତିବଦ୍ଧ ଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବିରୋଧୀଦଳ ନେତା ଭାବେ ଏହି ପ୍ରସ୍ତାବକୁ ଗ୍ରହଣ ପାଇ ନବୀନ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।