FeaturedLatestNews

ବିଧାନସଭା ବଜେଟ ଅଧିବେଶନ ଆରମ୍ଭରୁ କକ୍ଷତ୍ୟାଗ କଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ ମାରିବା ଓ ଦୁର୍ବ୍ୟବହାର ପ୍ରସଙ୍ଗ ଏବଂ ଓଡିଆ ଅସ୍ମିତା କଥା କହି ସରକାରକୁ ଆସିବା ପରେ ମଧ୍ୟ ରାଜ୍ୟପାଳଙ୍କ ହିନ୍ଦୀରେ ଭାଷଣ ଦେବାକୁ ନେଇ ଆଜି ବିରୋଧୀ ବିଜେଡି ଓ କଂଗ୍ରେସ ଗୃହ ତ୍ୟାଗ କରିଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ପ୍ରଥମ ତଥା ବଜେଟ ଅଧିବେଶନର ଆରମ୍ଭରୁ ହିଁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।

ଆଜି ବିଧାନସଭା ଆରମ୍ଭ ହେବାପରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଆସନରେ ଛିଡା ହେଇ ପ୍ରତିବାଦ କରିଥିଲେ। ଓଡ଼ିଶାରେ ଆଇନରେ ଶୃଙ୍ଖଳା ବିପର୍ଯ୍ଯସ୍ତ ହୋଇପଡିଛି। ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଏଏସ୍‌ଓ ଅଧିକାରୀଙ୍କୁ ମାଡି ମାରିଲା ପରେ ବି କାର୍ଯ୍ୟାନୁଷ୍ଠାନ ନହେବା କେଉଁ ପ୍ରକାର ଓଡ଼ିଆ ଅସ୍ମିତା ବୋଲି ବିଜେଡି କହିଛି।

ସେପଟେ କଂଗ୍ରେସ ବିଧାୟକ ତାରା ବାହନୀପତି କହିଛନ୍ତି ବିଜେପି ସରକାରକୁ ଆସିଛି। ଓଡ଼ିଶା ଆସ୍ମିତା କହି ଆସିଛି। ଯେଉଁ ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ବାଡେ଼ଇଲେ। ଅଭିଯୋଗ ପରେ ବି ତଦନ୍ତ ହେଉନି। ରାଜ୍ୟପାଳ ଆସିଲେ ହିନ୍ଦୀରେ କହିଲେ। ଆଜି ଓଡ଼ିଆଙ୍କ ପାଇଁ ପଦାଘାତ ହୋଇଛି। ଆମେ ମୁଖ୍ୟମନ୍ତ୍ରୀକୁ କହିଥିଲୁ, ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ। ରାଜ୍ୟପାଳଙ୍କୁ ହଟା ଯାଉ। ତେଣୁ ଆମେ ଗୃହ ମଧ୍ୟ ଭାଗରେ ପ୍ରତିବାଦ କଲୁ। ଓଡ଼ିଆ ଅସ୍ମିତାକୁ ବଞ୍ଚାଇବାକୁ ପଡିବ। ରାଜ୍ୟପାକଙ୍କ ପୁଅ ଗିରଫ ନ ହେବା ଯାଏଁ, ଆନ୍ଦୋଳନ ଜାରି ରହିବ।