BusinessFeaturedGeneralLatest

ବଜେଟ ୨୦୨୪-୨୫: ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ନାହିଁ ଆୟକର

ନୂଆଦିଲ୍ଲୀ (ସଂକେତ ଟିଭି): ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୪-୨୫ ଉପସ୍ଥାପିତ କରିଛନ୍ତି । ଏହି ବଜେଟରେ ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଆୟକର ସୀମା ଘୋଷଣା କରିଛନ୍ତି । ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ନାହିଁ। ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ ରହିଛି। ୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫% ରହିଛି। ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦% ରହିଛି। ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫% ରହିବ। ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ରହିଛି। ତେବେ ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ। ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ।

ଅର୍ଥମନ୍ତ୍ରୀ ପୁଞ୍ଜି ଲାଭ ଉପରେ ଟିକସ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ବିଶେଷ ଭାବରେ, ଇକ୍ୱିଟି ଉପରେ ଦୀର୍ଘମିଆଦି ପୁଞ୍ଜି ଲାଭ ବା ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ ଟିକସକୁ ୧୦% ରୁ ୧୨.୦୫% ​​କୁ ବୃଦ୍ଧି କରିଛନ୍ତି । ଏହା ସହିତ ସ୍ୱଳ୍ପ ମିଆଦି ପୁଞ୍ଜି ଲାଭ ଟ୍ୟାକ୍ସକୁ ୧୫% ରୁ ୨୦% କୁ ବୃଦ୍ଧି କରାଯାଇଛି । ତେବେ ଦୀର୍ଘମିଆଦି ପୁଞ୍ଜି ଲାଭ ଟିକସ ଛାଡ ସୀମା ମଧ୍ୟ ୧ ଲକ୍ଷରୁ ୧,୨୫ ଲକ୍ଷକୁ ବୃଦ୍ଧି କରାଯାଇଛି । ଯାହା ଏବେ ଷ୍ଟକ ମାର୍କେଟର ନିବେଶକାରୀଙ୍କ ପାଇଁ ଏକ ଖରାପ ଖବର।