LatestNews

ରେଳ ବଜେଟରେ ଓଡିଶାକୁ ମିଳିଛି ସାଢେ ୧୦ ହଜାର କୋଟି : ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର (ସଂକେତ ଟିଭି): ଓଡିଶାକୁ ରେଳ ବଜେଟରେ ମିଳିଛି ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ । ଯାହା ଗତ ବାର୍ଷିକ ଅନୁଦାନଠାରୁ ପ୍ରାୟ ୫ଶହ କୋଟି ଅଧିକ । ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ପାର୍ଲାମେଣ୍ଟରେ ୨୦୨୪-୨୫ ଆର୍ଥିକବର୍ଷର ବେଜଟ୍‌ ଉପସ୍ଥାପନ କରିଛନ୍ତି। ଏଥର ରେଳକୁ ୨.୬୨ ଲକ୍ଷ କୋଟି ଅନୁଦାନ ମିଳିଛି। ତେବେ ଓଡ଼ିଶାରେ ରେଳର ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ମିଳିଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି।

ଅଶ୍ବିନୀ ବୈଷ୍ଣବ କହିଛନ୍ତି ଓଡ଼ିଶାରେ ୧୦ ବର୍ଷରେ ୪୨୭ଟି ଫ୍ଲାଇଓଭର/ଅଣ୍ଡର ପାସ ନିର୍ମାଣ ହୋଇଛି। ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍‌କରଣ ହୋଇଯାଇଛି। ୟୁପିଏ ସରକାର ବେଳେ ବାର୍ଷିକ ୮୩୮ କୋଟି ମିଳୁଥିଲା। ଏବେ ଓଡ଼ିଶାକୁ ୟୁପିଏ ତୁଳନାରେ ୧୨ ଗୁଣ ଅଧିକ ଅନୁଦାନ ମିଳୁଛି।