FeaturedGeneralLatest

ପୋଲାଭରମ ପ୍ରସଙ୍ଗକୁ ନେଇ ତାତିଲା ବିଧାନସଭା, ବାଚସ୍ପତିଙ୍କ ମାଇକ୍ ଟାଣିଲେ ବାହିନୀପତି

ଭୁବନେଶ୍ବର (ସଂକେତ ଟିଭି): ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ପୋଲାଭରମ ପ୍ରସଙ୍ଗକୁ ନେଇ ତାତିଲା ବିଧାନସଭା । କେନ୍ଦ୍ର ସରକାରଙ୍କ ଆନ୍ଧ୍ରପ୍ରଦେଶ ପ୍ରୀତି ଏବଂ ଓଡିଶା ବିରୋଧୀ ମନୋଭାବ ଅଭିଯୋଗ ଆଣି କଂଗ୍ରେସ ସଦସ୍ୟ ଗୃହରେ ବିରୋଧ ପ୍ରଦର୍ଶନ କରିଥିଲେ । କଂଗ୍ରେସ ବିଧାୟକ ତାରା ବାହିନୀପତି ହୋ ହଲ୍ଲା କରିବା ସହ ବାଚସ୍ପତିଙ୍କ ମାଇକ ଟାଣିଦେଇଥିଲେ । ଆଉ ଏହାପରେ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ ।

ଏ ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ‘କେନ୍ଦ୍ର ସରକାର ଦ୍ବାରା ଅନୁମୋଦିତ ହୋଇଥିବା ପୋଲାଭରମ ପ୍ରକଳକୁ ଆମେ ଆଗରୁ ବିରୋଧ କରିଥିଲୁ । ବିନା ପଲିସଭାରେ ଏହି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ଏହି ପ୍ରକଳ୍ପ ଦ୍ବାରା ମାଲକାନଗିରି ମୋଟୁ ଅଞ୍ଚଳରେ ପାଖାପାଖି 70ଟି ଗ୍ରାମ ଜଳମଗ୍ନ ହେବ । ଏହି ପ୍ରକଳ୍ପଟି ଯଦି ତିଆରି ହୁଅ ଆଦିବାସୀ ଜନଜାତି ଲୋକ ସମ୍ପୂର୍ଣ୍ଣ ଜଳମଗ୍ନର ଅସୁବିଧା ସମ୍ମୁଖୀନ ହେବେ । ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ଏଥି ପାଇଁ ଏକ କମିଟି ଗଠନ କରାଯାଉ । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପରେ ହସ୍ତକ୍ଷେପ କରି ଏହି ପ୍ରକଳ୍ପ ହବ କି ନାହିଁ ଏହାର ସମାଧାନ କରନ୍ତୁ ।

ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ କହିଛନ୍ତି, ‘କଂଗ୍ରେସ ବିଧାୟକ ଦଳ ନେତା ଆଜି ଯେଉଁ ଗୃହରେ ହଟ୍ଟଗୋଳ କରିଥିଲେ, ସେମାନେ ବୋଧେ ଭୁଲି ଯାଉଛନ୍ତି ତାଙ୍କ ସରକାର ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ କେନ୍ଦ୍ରରେ ଥିବା ବେଳେ ପୋଲାଭରମ ଶୁଭ ଦିଆଯାଇଥିଲା । 24 ବର୍ଷ ବିଜେଡ଼ି ସରକାର ସମୟରେ ସବୁ କାମ ହୋଇଛି । ହେଲେ ଆଜି କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି ।

ସେପଟେ ବିରୋଧୀ ବିଜେଡି ପଏଣ୍ଟ ଅଫ ଅର୍ଡର ମାଗିଥିଲେ। ବିରୋଧୀଦଳ ନେତାଙ୍କୁ ଗିରଫ ଶଦ୍ଦ ପ୍ରୋସିଡିଂରୁ ହଟାଇବାକୁ ଦାବି ହୋଇଥିଲା। ଏହାପରେ କଂଗ୍ରେସ ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ପ୍ରତିବାଦ ସମୟରେ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ମାଇକ ଟାଣି ଦେଇଥିଲେ। ଏଥିସହ ରିପୋର୍ଟର ଟେବୁଲରେ କଂଗ୍ରେସ ବିଧାୟକ ଦଳ ନେତା କାଡ଼ାମ ଚଢିଯାଇଥିଲେ । ଯାହା ପରେ ଗୃହକୁ ପ୍ରଥମେ ୧୫ ମିନିଟ ଏବଂ ପରେ ୪ଟା ଯାଏଁ ମୁଲତବୀ ରଖିଥିଲେ ।

ପୋଲାଭରମ ପ୍ରକଳ୍ପକୁ ନେଇ ଦୀର୍ଘ ବର୍ଷ ହେବ ଦୁଇ ରାଜ୍ୟ ଯଥା ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । କାରଣ ଏହି ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଗାଁ ବୁଡିଯିବ । ମାଲକାନଗିରି ଓ ଗଜପତି ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ । ଦୀର୍ଘ ଦିନ ହେବ ଶିଥିଳ ପଡିଥିବା କେନ୍ଦ୍ର ସରକାର ଏହି ପ୍ରୋଜେକ୍ଟକୁ ଶକ୍ତି ଦେଇଛନ୍ତି । ଓଡିଶାର ସ୍ବାର୍ଥକୁ ଅଣଦେଖା କରାଯାଇମୋଦି ସରକାର ଚଳିତ ବଜେଟରେ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅନୁଦାନ ଘୋଷଣା କରିଛନ୍ତି ।