FeaturedLatestSports

ବାଂଲାଦେଶକୁ ହରାଇ ମହିଳା ଏସିଆ କପ୍‌ ଫାଇନାଲରେ ଭାରତ

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତ ମହିଳା ଏସିଆ କପ ଫାଇନାଲରେ ପହଞ୍ଚିଛି । ଦମବୁଲ୍ଲାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ୧୦ ଓ୍ବିକେଟରେ ପରାଜିତ କରିଛି ।

ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ବାଂଲାଦେଶ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୮୦ ରନ୍ ସଂଗ୍ରହ କରିଥିଲା। ଜବାବରେ କୌଣସି ଓ୍ୱିକେଟ ନ ହରାଇ ଭାରତ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଭାରତ ପକ୍ଷରୁ ରେଣୁକା ୪ ଓଭର ବୋଲିଂ ମାତ୍ର ୧୦ ରନ୍ ଦେଇ ୩ ଓ୍ୱିକେଟ ନେଇଥିଲେ। ମାଣ୍ଡାନା ୩୯ ବଲରେ ସମ୍ମୁଖୀନ ହୋଇ ଅପରାଜିତ ୫୫ ରନ୍ ସଂଗ୍ରହ କରିଥିଲେ। ସେ ୯କା ଓ ଗୋଟିଏ ଛକା ମାରିଥିଲେ।

ସେହିପରି ଶେଫାଳୀ ୨୮ ବଲରେ ୨୬ ରନ୍ ସ୍କୋର କରିଥିଲେ। ସେ ୨ଟି ଚୌକା ମାରିଥିଲେ। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଦଳ ୨୦ ଓଭରରେ ମାତ୍ର ୮୦ ରନ୍ କରିଥିଲା। ଏଥିପାଇଁ ଅଧିନାୟକ ନିଗ୍ରା ସୁଲତାନ ୩୨ ରନର ଇନିଂସ ଖେଳିଥିଲେ। ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ମହିଳା ଏସିଆ କପ୍ ନିଜର ପତିଆରା ଜାହିର କରିଛି। ଭାରତୀୟ ଦଳ ୭ଥର ଏହି ଟାଇଟଲ ଜିତିଛି। ମହିଳା ଦଳ ଭାରତ ୪ ଥର ଦିନିକିଆ ଏସିଆ କପ୍ ଜିତିଛି। ଏହା ପରେ ସେ ତିନୋଟି ଟି-୨୦ ଏସିଆ କପ୍ ଜିତିଛନ୍ତି। ୨୦୦୪, ୨୦୦୫, ୨୦୦୬ ଏବଂ ୨୦୦୮ ରେ ଭାରତ ଜିତିଥିଲା। ଏହା ପରେ, ୨୦୧୨, ୨୦୧୬ ଏବଂ ୨୦୨୨ ରେ ଟାଇଟଲ୍ ଜିତିଥିଲା।