ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ, ମନୁ ଭାକର ଜିତିଲେ ବ୍ରୋଞ୍ଜ
ପ୍ୟାରିସ୍ (ସଂକେତ ଟିଭି): ପ୍ୟାରିସ୍ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ସହିତ ସେ ଭାରତର ପଦକ ଖାତା ଖୋଲିଛନ୍ତି। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨୨୧.୭ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଥିଲେ। ମନୁ ପ୍ରଥମ ଭାରତୀୟ ମହିଳା ଭାବେ ଶୁଟିଂରେ ଏହି କୃତିତ୍ୱ ହାସଲ କରିଛନ୍ତି। ଫାଇନାଲରେ ମନୁ ଆରମ୍ଭରୁ ତୃତୀୟ ସ୍ଥାନ ବଜାୟ ରଖିଥିଲେ ଏହି କାର୍ଯ୍ୟକ୍ରମର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆର ଦୁଇଜଣ ଆଥଲେଟ ଜିତିଥିଲେ। ଓହ ୟେ ଜିନ ୨୪୩.୨ ସ୍କୋର ସହିତ ସ୍ବର୍ଣ୍ଣ ପଦକ ଏବଂ କିମ ୟେଜି ୨୪୧.୩ ସ୍କୋର ସହିତ ରୌପ୍ୟ ପଦକ ଜିତିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ମନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏକ ଐତିହାସିକ ପଦକ। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ପ୍ରଥମ ପଦକ ଜିତିବା ପାଇଁ ମନୁ ଭାକରଙ୍କୁ ଅଭିନନ୍ଦନ। ଏହି ସଫଳତା ଆହୁରି ସ୍ବତନ୍ତ୍ର କାରଣ ସେ ପ୍ରଥମ ମହିଳା ହୋଇ ଭାରତ ପାଇଁ ଶୁଟିଂରେ ପଦକ ଜିତିଛନ୍ତି। ଏକ ଅବିଶ୍ୱସନୀୟ ସଫଳତା।