FeaturedGeneralLatest

‘ମନ୍‌ କି ବାତ୍‌’ରେ ସମ୍ବଲପୁରୀ ଶାଢ଼ୀ କଥା କହିଲେ ମୋଦୀ

ନୂଆଦିଲ୍ଲୀ(ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଆଜି ସମ୍ବଲପୁର ଶାଢ଼ୀ କଥା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ହସ୍ତକାରିଗରି ଶାଢ଼ୀର ଚାହିଦା ବଢ଼ିବାରେ ଲାଗିଛି। ଲୋକଙ୍କ ମଧ୍ୟରେ ହେଣ୍ଡଲୁମ୍ କ୍ଷେତ୍ରରେ ସମ୍ବଲପୁରୀ ଶାଢୀ ଏକ ସ୍ବତନ୍ତ୍ର ସ୍ଥାନ ବନାଇଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଓଡ଼ିଶାର ସମ୍ବଲପୁରୀ ଶାଢୀ ହେଉ, ମଧ୍ୟପ୍ରଦେଶର ମାହେଶ୍ବରୀ ଶାଢୀ, ମହାରାଷ୍ଟ୍ରର ପୈଥାନୀ, ହିମାଚଳର ବୁଟିକୋ ସାଲ ଓ ଜମ୍ମୁ-କାଶ୍ମୀରର କନିସାଓ୍ବାଲ । ଦେଶର କୋଣ କୋଣରେ ହ୍ୟାଣ୍ଡଲୁମ କାରିଗରୀ ଛାଇଯାଇଛି । ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ ସମ୍ବଲପୁରୀ ଶାଢୀ କଥା କହିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୋହନ ଟ୍ବିଟ କରି କହିଛନ୍ତି, ମନ୍‌ କି ବାତ୍‌ରେ ଓଡ଼ିଶାର ଗର୍ବ ସମ୍ବଲପୁରୀ ଶାଢ଼ିର ପ୍ରଶଂସା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାବାସୀଙ୍କ ତରଫରୁ କୃତଜ୍ଞତା ଜଣାଉଛି । ଏହି ପ୍ରୟାସ ଓଡ଼ିଶା ତଥା ଦେଶର ସମସ୍ତ ହସ୍ତତନ୍ତର ପ୍ରଚାର ପ୍ରସାର ସହ ସ୍ଥାନୀୟ ବୁଣାକାରଙ୍କ ସର୍ବାଙ୍ଗୀନ ବିକାଶରେ ନିଶ୍ଚୟ ସହାୟକ ହେବ ।