FeaturedLatestSports

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ବ୍ରୋଞ୍ଜ ପଦକ

ପ୍ୟାରିସ୍ (ସଂକେତ ଟିଭି): ପ୍ୟାରିସ୍ ଅଲିମ୍ପିକ୍ସର ଚତୁର୍ଥ ଦିନରେ ଭାରତକୁ ଦ୍ବିତୀୟ ମେଡାଲ ମିଳିଛି । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ମନୁ ଭାକର ସରବଜୋତ ସିଂଙ୍କ ସହ ସାଥି ହୋଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ମନୁଙ୍କ ପାଇଁ ଚଳିତ ଅଲିମ୍ପିକ୍ସରେ ଏହା ୨ୟ ପଦକ। ମନୁ ରବିବାର ୧୦ମି ଏୟାର ପିସ୍ତଲ ଇଭେଣ୍ଟରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରି ଭାରତ ପାଇଁ ପ୍ରଥମ ପଦକ ଜିତିବା ସହ ଇତିହାସ ସୃଷ୍ଟି କରିଥିଲେ। ପ୍ରଥମ ଭାରତୀୟ ଭାବେ ସେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଛନ୍ତି ।