ରାଜ୍ୟରେ ପ୍ରତିଷ୍ଠା ହେବ ୫୮ଟି ନୂଆ ଶୀତଳ ଭଣ୍ଡାର
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ସରକାର ଆଗାମୀ ଦିନରେ ୫୮ଟି ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଲକ୍ଷ୍ୟ ରଖିଛନ୍ତି । ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ଉତ୍ତର ରଖି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହା କହିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ପୂର୍ବ ସରକାର ଚିଟ୍ ଫଣ୍ଡ କମ୍ପାନୀକୁ ଶୀତଳ ଭଣ୍ଡାର ଦାୟିତ୍ବ ଦେଇଥିଲେ ଯେଉଁଥି ପାଇଁ ଶୀତଳ ଭଣ୍ଡାର ବୁଡ଼ିଯାଇଛି ।
ବର୍ତ୍ତମାନ ସରକାର ରାଜ୍ୟର ପ୍ରତ୍ୟେକ ସବଡିଭିଜନରେ ମୋଟ ୫୮ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବେ। ଶୀତଳ ଭଣ୍ଡାର ଗୁଡିକ ସରକାରୀ ଘରୋଇ ଭାଗିଦାରୀ (ପିପିପି) ମୋଡରେ ସ୍ଥାପନ ହେବ। କେବଳ ସେତିକି ନୁହେଁ, ସେ କହିଛନ୍ତି ଯେ ଏହା ପରେ ମଧ୍ୟ ଆହୁରି ଅଧିକ ସଂଖ୍ୟାରେ ତଳ ଭଣ୍ଡାର ନିର୍ମାଣ ହେବ।