LatestNewsPolitics

ରାଜ୍ୟସଭାରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହ

ଭୁବନେଶ୍ୱର (ସଂକେତ ଟିଭି): ବିପର୍ଯ୍ଯୟ ମୁକାବିଲାରେ ନବୀନ ପଟ୍ଟନାୟକଙ୍କ ନୀତିକୁ ରାଜ୍ଯସଭାରେ ଅମିତ ଶାହ ପ୍ରଶଂସା କରିଛନ୍ତି । ୱାଏନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିବୃତ୍ତିରେ ନବୀନଙ୍କୁ ପ୍ରଶଂସା କରିଛନ୍ତି। ବିପର୍ଯ୍ଯୟର ୭ ଦିନ ପୂର୍ବରୁ ଓଡ଼ିଶାକୁ ସୂଚନା ଦିଆଯାଇଥିଲା । ରାଜ୍ଯ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ ସଫଳତା ମିଳିଥିଲା । ମାତ୍ର ଜଣେ ଲୋକର ମୃତ୍ଯୁ ହୋଇଥିଲା । ଭୁଲରେ ବ୍ଯକ୍ତିଜଣଙ୍କ ମୃତ୍ଯୁବରଣ କରିଥିଲେ। ଏହା କହି ସଂସଦରେ ନବୀନଙ୍କ ଜିରୋ କାଜୁଆଲଟିକୁ ଶାହଙ୍କ ଅମିତ ଶାହ ପ୍ରଶଂସା କରଛନ୍ତି ।

ସୂଚନା ଅନୁସାରେ, କେରଳ ଭୂସ୍ଖଳନରେ ୧୫୦ ଲୋକଙ୍କ ଜୀବନହାନି ହେବା ପରେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସପ୍ତାହେ ଆଗରୁ ସତର୍କ ସୂଚନା ଦିଆଯିବା ସତ୍ବେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ପାହାଡ଼ ତଳିଆ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତରଣ କରିବା ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଏତେ ଲୋକଙ୍କ ପ୍ରାଣହାନୀ ଘଟିଲା ବୋଲି ଶାହ ବୁଧବାର ରାଜ୍ୟ ସଭାରେ କହିବା ସହିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି।

ଶାହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ନବୀନଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ଉପକୂଳ ରାଜ୍ୟ ଓଡ଼ିଶାରେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିଲେ ହେଁ ସେଠାକାର ପୂର୍ବତନ ସରକାର ଜିରୋ କାଜୁଆଲଟି(ଶୂନ୍ୟ ମୃତ୍ୟୁ)କୁ ପ୍ରାଥମିକତା ଦେଇଆସନ୍ତି। ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନବୀନଙ୍କ ତ୍ଵରିତ ପଦକ୍ଷେପ ଯୋଗୁ କୌଣସି ଜୀବନହାନି ଘଟେ ନାହିଁ। ସହଳ ସତର୍କତା ମିଳିବା କ୍ଷଣି ନବୀନ ଲୋକଙ୍କୁ ସର୍ବପ୍ରଥମେ ବିପଦପୂର୍ଣ୍ଣ ସ୍ଥାନରୁ ଉଦ୍ଧାର କରିବାକୁ ପଦକ୍ଷେପ ନିଅନ୍ତି। ସେଥିପାଇଁ ଅନ୍ୟ କୌଣସି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ନବୀନଙ୍କ ସହାୟତା ଖୋଜାପଡ଼େ। କିନ୍ତୁ କେରଳ ସରକାର ସପ୍ତାହେ ଆଗରୁ ସମ୍ଭାବ୍ୟ ଭୂସ୍ଖଳନ ବିଷୟ​‌​‌ରେ ଜାଣି ବି ଚୁପ ରହିଥିଲେ ବୋଲି ଶାହ କହିଛନ୍ତି।