FeaturedLatestSports

ପ୍ୟାରିସ୍ ଅଲମ୍ପିକ୍ସରେ କାଂସ୍ୟ ପଦକ ଜିତିଲେ ରାଇଫଲ ସୁଟରେ ସ୍ୱପ୍ନିଲ କୁଶାଲେ

ନୂଆଦିଲ୍ଲୀ(ସଂକେତ ଟିଭି): ପ୍ୟାରିସ ଅଲମ୍ପିକ୍ସରେ ଭାରତର ସୁଟର୍ ସ୍ବପ୍ନିଲ କୁସାଲେ ପୁରୁଷ ୫୦ ମିଟର ରାଇଫଲ୍‌ସ ୩ ପୋସିସନରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହିତ ଭାରତ ଅଲମ୍ପିକ୍ସରେ ତୃତୀୟ ପଦକ ମିଳିଛି, ଆଉ ଏହି ସମସ୍ତ ତିନି ପଦକ ସୁଟିଂରୁ ଆସିଛି।

ସୁଚନା ଅନୁଯାୟୀ ଲଗାତାର ଦୁଇଟି ମେଡାଲ ହାତେଇ ଦେଶ ପାଇଁ ଗୌରବ ଆଣିଥିଲେ ମନୁ ଭାକର। ପ୍ରଥମ ମହିଳା କ୍ରୀଡ଼ାବିତ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ବେଳେ ସୁଟର ଯୋଡ଼ି ମନୁ ଭାକର ଓ ସରବଜୋତ ସିଂହ ୧୦ ମିଟର ଏୟାର ପିଷ୍ଟଲ ମିକ୍ସ ଟିମ୍ ଇଭେଣ୍ଟରେ ବ୍ରୋଞ୍ଚ ମେଡାଲ ହାତେଇଥିଲେ।

ସ୍ବପ୍ନିଲ ବ୍ରୋଞ୍ଚ ପଦକ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଲେଖିଛନ୍ତି। ସେ କହିଛନ୍ତି, ସ୍ବପ୍ନିଲ କୁସାଲେଙ୍କ ଚମତ୍କାର ପ୍ରଦର୍ଶନ ରହିଛି। ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ତାଙ୍କର ପ୍ରଦର୍ଶନ ବିଶେଷ, କାରଣ ସେ ଅଧିକ ନମନୀୟତା ଏବଂ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହା ବ୍ୟତୀତ ସେ ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟ ଯିଏକି ଏହି ବର୍ଗରେ ପଦକ ଜିତିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏଥିରେ ସମସ୍ତ ଭାରତୀୟ ବହୁତ ଖୁସି ଅଛନ୍ତି।