ପ୍ୟାରିସ୍ ଅଲିମ୍ପିକ୍ସ: ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତୀୟ ହକି ଟିମ୍
ପ୍ୟାରିସ୍ (ସଂକେତ ଟିଭି): ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସରେ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାଜିତ କରିଛି। ଏଥିସହ ଦୀର୍ଘ ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ଅଷ୍ଟ୍ରେଲିଆକୁ ହରାଇବାର ସଫଳତା ପାଇଛି।
ମ୍ୟାଚରେ ଅଭିଷେକ ପ୍ରଥମ କ୍ୱାର୍ଟରର ଦ୍ୱାଦଶ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ ଏବଂ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ପେନାଲ୍ଟି କର୍ଣ୍ଣରରୁ ୧୩ ତମ ମିନିଟରେ ହରମନପ୍ରୀତ ସିଂହ ଗୋଟିଏ ଗୋଲ ସ୍କୋର କରିଥିଲେ। ଏହା ସହ ଭାରତ ୨-୧ରେ ଆଗୁଆ ରହିଲା। ଦ୍ୱିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲିଆର ଆକାଉଣ୍ଟ ଆଟାକ୍ କରିଥିଲା। ୨୫ ତମ ମିନିଟରେ କ୍ରେଗ୍ ଥୋମାସ୍ ଗୋଲ୍ ସ୍କୋର କରିଥିଲେ ଏବଂ ସ୍କୋର ୨-୧ ହୋଇଗଲା। ଏହାପରେ ତୃତୀୟ କ୍ୱାର୍ଟରରେ ହରମନପ୍ରୀତ ସିଂହ ୩୨ ତମ ମିନିଟରେ ଏକ ପେନାଲ୍ଟି ଷ୍ଟ୍ରୋକ୍ କରିଥିଲେ। ଏହା ସହିତ ଭାରତ ୩-୧ ରେ ଆଗୁଆ ରହିଲା। ଚତୁର୍ଥ କ୍ୱାର୍ଟରରେ ଅଷ୍ଟ୍ରେଲିଆର ବ୍ଲେକ୍ ଗୋଭର୍ସ ୫୫ ମିନିଟରେ ଅଷ୍ଟ୍ରେଲିଆ ପାଇଁ ଗୋଟିଏ ଗୋଲ୍ କରି ସ୍କୋରର ୩-୨ କରିଦେଇଥିଲେ।
ଭାରତୀୟ ପୁରୁଷ ହକି ଟିମ ଶେଷ ଥର ପାଇଁ ଭାରତ ୧୯୭୨ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ୩-୧ରେ ହରାଇଥିଲା। ଏହାପରେ ଭାରତ ଯେତେଥର ବି ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ଭେଟିଥିଲା ସବୁବେଳେ ପରାଜୟ ହାସଲ କରୁଥିଲା। କିନ୍ତୁ ଚଳିତ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଏହି ରେକର୍ଡ ବ୍ରେକ୍ କରି ଭାରତ ବିଜୟ ହାସଲ କରିବା ସହ କ୍ୱାର୍ଟର ଫାଇନାଲ ପୂର୍ବରୁ ବିଜୟ ଟ୍ରାକକୁ ଫେରିଛି।