FeaturedLatestNews

ବିଏସକେଓ୍ବାଇ କାର୍ଡ ଏବେ ଜାରି ରହିବ : ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ଜାରି ରହିବ। ଏହାପରେ ସେପ୍ଟେମ୍ବର ୧୦ ତାରିଖ ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଭଳି ସୂଚନା ଦେଇଛନ୍ତି ।

ସେ କହିଛନ୍ତି,ବଜେଟ୍ ରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା ରହିଛି । ସମସ୍ତଙ୍କୁ ଏହି କାର୍ଡ ମିଳିବ। ପୂର୍ଣ୍ଣ ବଜେଟ୍ ସେପ୍ଟେମ୍ବର ୧୦ ତାରିଖରେ ଆଗତ ହେବ। ତା ପରେ ପର୍ଯ୍ୟାୟକ୍ରମେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ ।

ବିଏସକେୱାଇ କାର୍ଡ ଏବେ ଚାଲୁ ରହିଛି । ନୂଆ ଯୋଜନା ଆସିଲା ଯାଏଁ ଏହା ଜାରି ରହିବ। ଏବେ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍‌ରେ BSKY ଜାରି ରହିବ। ଏବେ ବିଏସକେୱାଇ ଯେମିତି ଚାଲିବା କଥା ସେମିତି ଚାଲିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।