୩୦ ଜିଲ୍ଲା ବୁଲିବେ ୧୫ ଜଣ ମନ୍ତ୍ରୀ : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର (ସଂକେତ ଟିଭି): ୧୫ ମନ୍ତ୍ରୀ ରାଜ୍ୟର ୩୦ ଜିଲ୍ଲା ବୁଲିବେ । ଲୋକଙ୍କ ପାଖରେ ସରକାରଙ୍କ ବାର୍ତ୍ତା ପହଞ୍ଚାଇବାକୁ ଜଣେ ମନ୍ତ୍ରୀଙ୍କୁ ଦୁଇ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।
ଲୋକଙ୍କ ପାଖକୁ ଯାଇ ନୂଆ ସରକାରଙ୍କ ବଡ଼ ନିଷ୍ପତ୍ତି ଏବଂ ବଜେଟ୍ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରିବେ । ବଜେଟ୍ ର ବିଭିନ୍ନ ଦିଗ ବାବଦରେ ସାଧାରଣ ଲୋକଙ୍କ ସହ ଚର୍ଚ୍ଚା ଓ ଆଲୋଚନା କରିବେ।
ମନ୍ତ୍ରୀମାନେ ଦୁଇଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ। ସରକାର ଯେଉଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସେହି ନିଷ୍ପତ୍ତିଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଙ୍ଗଠନ ଯେଉଁ ଯୋଜନା କରିଛି ମନ୍ତ୍ରୀମାନେ ସେଥିରେ ସାମିଲ ହେବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।