ମଦ ଖାଇବାକୁ ମନା କରିବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ
ଜଳେଶ୍ୱର (ଉମାକାନ୍ତ ନାୟକ ): ମଦ ଖାଇବାକୁ ମନା କରିବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ ।ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ବାଣିଦା ଗ୍ରାମରେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁସାରେ,ବାଣିଦା ଗ୍ରାମର ସଞ୍ଜୟ ମହାନ୍ତି ଦୀର୍ଘ 14 ବର୍ଷ ପୂର୍ବରୁ ପଶ୍ଚିମବଙ୍ଗ ର ଦାନ୍ତନ ଥାନା ଅନ୍ତର୍ଗତ ଜାମଗାଦି ଗ୍ରାମର ନବୀନ ଦାସ ଙ୍କ ଝିଅ କବିତା ଙ୍କୁ ବିବାହ କରିଥିଲେ । ସେମାନଙ୍କର ଜଣେ ପୂଅ ଏବଂ ଜଣେ ଝିଅ ରହିଛନ୍ତି । ତେବେ ବାହାଘର ପରଠୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ଯ ରେ ବାରମ୍ବାର ଝଗଡା ଲାଗି ରହୁଥିଲା । ଏନେଇ ବିଭିନ୍ନ ସମୟରେ ପରିବାର ଲୋକେ ବସି ଆପୋଷ ସମାଧାନ ହୋଇ ଥିଲା । ବିଦ୍ୟାଧର ପ୍ରତ୍ୟେକ ଦିନ ମଦ ପିଇ ଘରକୁ ଆସିବା ପରେ ଝଗଡ଼ାର ସୂତ୍ରପାତ ହେଇଥାଏ।
ଗତକାଲି ରାତିରେ ବିଦ୍ୟାଧର ପ୍ରଚୁର ମଦ ଖାଇ ଘରକୁ ଫେରିବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାକୁ ନେଇ ସକାଳ ସମୟରେ କଳ୍ପନା ବାସନ ଧୋଇ ଫେରିବା ପରେ ବିଦ୍ୟାଧର ବାଲଟିରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ବାପ ଘର ପକ୍ଷରୁ ଜଳେଶ୍ଵର ଥାନାରେ ଅଭିଯୋଗ ହୋଇଛି।
ମୃତକଙ୍କ ଜଣେ ଝିଅ ଓ ଜଣେ ପୁଅ ଥିବା ବେଳେ ଦୀର୍ଘ ଚାରିବର୍ଷ ଧରି ସ୍ବାମୀ ସ୍ତ୍ରୀ ମଧ୍ୟରେ କୌଣସି ସମ୍ପର୍କ ନଥିଲା। ତେବେ ଅଭିଯୋଗ ମୂଳେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।