FeaturedGeneralLatestSports

ସେମିରେ ପ୍ରବେଶ କଲେ ଭିନେଶ ଫୋଗାଟ, କୁସ୍ତିରୁ ପଦକ ଆଶା

ପ୍ୟାରିସ (ସଂକେତ ଟିଭି): ଭାରତୀୟ ରେସଲର ଭିନେଶ ଫୋଗାଟ କୁସ୍ତିରେ ଚମତ୍କାର ପ୍ରଦର୍ଶନ କରି ସେମି ଫାଇନାଲ୍ ରେ ପ୍ରବେଶ କରିଛନ୍ତି। କ୍ବାର୍ଟରଫାଇନାଲରେ ସେ ୟୁକ୍ରେନର ଓକସାନା ଲିବାଚଙ୍କୁ ୭-୫ରେ ପରାସ୍ତ କରିଛନ୍ତି । ଆଜି ରାତି ୧୦ଟା ୧୫ ମିନିଟରେ ଗୁଜମାନ ଲୋପେଜଙ୍କ ସହ ସେମି ଫାଇନାଲ୍ ମୁକାବିଲା ହେବ।

ମ୍ୟାଚ୍ ଆରମ୍ଭରୁ ହିଁ ଭିନେଶ ଓକସାନାଙ୍କୁ ପଛରେ ପକାଇ ଦେଇଥିଲେ। ପ୍ରାରମ୍ଭରେ ଭିନେଶ ୪ ପଏଣ୍ଟ ହାସଲ କରିଥିଲେ। ଏହାପରେ ସେ ନିଜର ପଏଣ୍ଟ ନେବା ଜାରି ରଖିଥିଲେ। ଶେଷ ବେଳକୁ ଲିଓ୍ବାଚ୍ ଉଦ୍ୟମ କରିଥିଲେ ବି ଭିନେଶଙ୍କୁ ଟପିପାରିନଥିଲେ । ଏହା ପୂର୍ବରୁ ସେ ଜାପାନର ଯୁବି ସୁସାକିଙ୍କୁ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଥିଲେ ।

ଏହା ପୂର୍ବରୁ ପ୍ରଥମ ରାଉଣ୍ଡରେ ହିଁ ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନଙ୍କୁ ହରାଇଥିଲେ ଭିନେଶ। ଏହି ତାରକା ମହିଳା ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ମୁକାବିଲାରେ ଜାପାନର ୟୁଇ ସୁସାକିଙ୍କୁ ୩-୨ରେ ହରାଇ କ୍ଵାର୍ଟର ଫାଇନାଲରେ ପହଞ୍ଚିଥିଲେ। ୪ ଥରର ବିଶ୍ଵ ଚାମ୍ପିଅନ ସୁସାକି ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ଜାପାନର ଏହି ପହିଲମାନଙ୍କ ଅନ୍ତର୍ଜାତୀୟ କୁସ୍ତିରେ ପ୍ରଥମ ପରାଜୟ ଭୋଗିଛନ୍ତି। ତାଙ୍କୁ ହରାଇ ଭିନେଶ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଭିନେଶଙ୍କ ବିପକ୍ଷରେ ଶେଷ କିଛି ସେକେଣ୍ଡ ପୂର୍ବରୁ ସୁସାକି ୨-୦ରେ ଅଗ୍ରଣୀ ହାସଲ କରିଥିଲେ।ନିଜର ତୃତୀୟ ଅଲିମ୍ପିକ୍ସ ଖେଳୁଥିବା ଭିନେଶ ନିଜ ଅନୁଭବର ପୁରା ଉପଯୋଗ କରି ଶେଷ ପାଞ୍ଚ ସେକେଣ୍ଡରେ ଜାପାନର ଚାମ୍ପିଅନ ପହିଲମାନଙ୍କୁ ଟେକଡାଉନ କରି ଦୁଇ ଅଙ୍କ ହାସଲ କରିବାରେ ସଫଳ ରହିଛି। ଜାପାନର ଦଳ ଏହା ବିପକ୍ଷରେ ଅପିଲ କରିଥିଲେ ମଧ୍ୟ ଭିଡିଓ ରିପ୍ଲେ ଦେଖିବା ପରେ ଏହାକୁ ଖାରଜ କରିଥିଲେ ଏବଂ ଭିନେଶକୁ ଆଉ ଏକ ପଏଣ୍ଟ ମିଳିଥିଲା। ଶେଷରେ ସେ ମ୍ୟାଚ୍କୁ ୩-୨ରେ ଜିତି ନେଇଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ଭିନେଶ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ହୋଇଛନ୍ତି। ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ସେ ଅନେକ ପଦକ ଜିତିଛନ୍ତି। ଫୋଗାଟ୍ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ୨୦୧୯ରେ ଲରିୟସ୍ ବିଶ୍ୱ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।