ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ
କଟକ (ସଂକେତ ଟିଭି): ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ନିର୍ବାଚନ ସତ୍ୟପାଠରେ ସମ୍ପତ୍ତି ଭୁଲ ଦର୍ଶାଇଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ହାଇକୋର୍ଟରେ ମାମଲା କରିଥିଲେ। ମାମଲାକୁ ଗ୍ରହଣ କରି କୋର୍ଟ ପ୍ରତିପକ୍ଷ ଅରୁଣ ସାହୁଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଅଗଷ୍ଟ ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପ୍ରକାଶ ଥାଉକି, ଚଳିତ ବିଧାନସଭା ନିର୍ବାଚନରେ ନୟାଗଡ଼ ସିଟ୍ ରେ ହୋଇଥିଲା କଡ଼ା ମୁକାବିଲା। ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହଙ୍କୁ ମାତ୍ର ୪୩୯ ଖଣ୍ଡ ଭୋଟରେ ହରାଇଥିଲେ ଅରୁଣ କୁମାର ସାହୁ।