FeaturedLatestNewsPolitics

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପ ନିର୍ବାଚନ

ନୂଆଦିଲ୍ଲୀ (ସଂକେତ ଟିଭି): ରାଜ୍ୟସଭାର ୧୨ଟି ଖାଲି ପଡିଥିବା ଆସନରେ ଉପନିର୍ବାଚନ ପାଇଁ ଆଜି ଭାରତ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପ ନିର୍ବାଚନ ହେବ। ଓଡ଼ିଶାର ଗୋଟିଏ ଆସନ ପାଇଁ ଉପ ନିର୍ବାଚନ ହେବ। ନାମାଙ୍କନର ଶେଷ ତାରିଖ ରହିଛି ୨୧ ଅଗଷ୍ଟ। ୨୨ ତାରିଖ ନାମାଙ୍କନ ଯାଞ୍ଚ ହେବ। ଓଡ଼ିଶା ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅଗଷ୍ଟ ୨୭ ତାରିଖ । ମମତା ମହାନ୍ତଙ୍କ ଇସ୍ତଫା ପରେ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ହେବ।

ଆସାମ, ମହାରାଷ୍ଟ୍ର ଓ ବିହାରର ଦୁଇଟି ଲେଖାଏଁ ଆସନ ଥିବା ବେଳେ ଓଡିଶା, ତେଲେଙ୍ଗାନା, ତ୍ରିପୁରା ,ରାଜସ୍ଥାନ, ତେଲେଙ୍ଗାନା, ହରିୟାଣ ଓ ରାଜସ୍ଥାନର ଗୋଟିଏ ଲେଖାଏଁ ଆସନ ରହିଛି । ଏହି ୧୨ ଆସନ ମଧ୍ୟରୁ ୧୦ଟି ଆସନରେ ସଦସ୍ୟ ଥିବା ସାଂସଦମାନେ ସାଧାରଣ ନିର୍ବାଚନ ଲଢି ନିମ୍ନସଦନ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ପୀୟୂଷ ଗୋଏଲ, ସର୍ବାନନ୍ଦ ସୋନୱାଲ ଓ ଜ୍ୟୋତିରାଦିତ୍ୟ ସିନ୍ଦିଆ ପ୍ରମୁଖ ରହିଛନ୍ତି । ଓଡିଶା ଓ ତେଲେଙ୍ଗାନାର ଦୁଇ ସଦସ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ସେପ୍ଟେମ୍ବର ୩ ତାରିଖରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ମତଦାନ ଶେଷ ହେବ । ଭୋଟିଂ ଶେଷ ହେବା ପରେ ସେହିଦିନ ସଂଧ୍ୟାରେ ଗଣତି ପ୍ରକ୍ରିୟା ମଧ୍ୟ ଶେଷ ହେବ ।