LatestNews

ସ୍ବତନ୍ତ୍ର ବାଲେଶ୍ଵର ରେଳ ଡ଼ିଭିଜନ ଦାବି କଲେ ପ୍ରତାପ ଷଡଙ୍ଗୀ

ନୂଆଦିଲ୍ଲୀ (ସଂକେତ ଟିଭି): ବାଲେଶ୍ଵରରେ ରେଳ ଡ଼ିଭିଜନ ପ୍ରତିଷ୍ଠା ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଦାବି କରିଛନ୍ତି । ପ୍ରତାପ ଏନେଇ ଆଜି ରେଳମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି ।

ସେ କହିଛନ୍ତି ଯେ ଓଡ଼ିଶାର ଉତ୍ତର ଭାଗ ମୌଳିକ ସୁବିଧା ଏବଂ ରେଳ ଭିତ୍ତିଭୂମି ବିକାଶରୁ ବଞ୍ଚିତ ହୋଇଛି। ତେଣୁ ବାଲେଶ୍ବରରେ ଏକ ସ୍ବତନ୍ତ୍ର ରେଳ ଡିଭିଜନ ପ୍ରତିଷ୍ଠା ହେଲେ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ଆବଶ୍ୟକତା ସହିତ ଦୀର୍ଘ ଦିନର ବିଚାରାଧୀନ ବିକାଶ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିବ ।

ଏହା ସହିତ ରେଳ ବିଶ୍ୱବିଦ୍ୟାଳୟର ଏକ ଏକ୍ସଟେନସନ ସେଣ୍ଟର ବାଲେଶ୍ବରରେ ସ୍ଥାପନା କରିବା ପାଇଁ ସେ ଦାବି କରିଛନ୍ତି । ଏହା ହେଲେ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ଭଳି ତିନୋଟି ସଂଲଗ୍ନ ରାଜ୍ୟର ବହୁ ଶିକ୍ଷିତ ଯୁବକ ଏହା ଦ୍ବାରା ଉପକୃତ ହେବେ ବୋଲି ସେ କହିଛନ୍ତି ।