LatestNews

ମଧ୍ୟାହ୍ନ ଭୋଜନରେ ବାହାରିଲା ଝିଟିପିଟି, ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ବର (ସଂକେତ ଟିଭି): ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି । ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଶିରାପୁର ଉଦୟ ନାରାୟଣ ବିଦ୍ୟାପୀଠରେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଜି ୩ ଶହ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା । ଭାତ ସହ ତରକାରୀ ହୋଇଥିଲା । କିଛି ସମୟ ପରେ ଖାଦ୍ୟରେ ଝିଟିପିଟି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାପରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ବନ୍ଦ କରାଯାଇଥିଲା । ମଧ୍ୟାହ୍ନଭୋଜନ ଖାଇବା ପରେ କେତେଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇପଡିଥିଲେ। ଏହାପରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ବନ୍ଦ କରାଯାଇଥିଲା । ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମେମ୍ବରମାନେ ୫ଟି ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।