ଓଡ଼ିଶାରେ ଆଉ ଖୋଲିବ ନାହିଁ ନୂଆ ମଦ ଦୋକାନ : ଆଇନ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ରାଜ୍ୟରେ ଚୋରା ମଦ ରୋକିବାକୁ ବଡ଼ ଚ୍ୟାଲେଞ୍ଜ ରହିଛି। ଆସନ୍ତା ବର୍ଷଠାରୁ ରାଜ୍ୟରେ ଚୋରା ମଦ ଚାଲାଣ ବନ୍ଦ କରାଯିବ। ସେଥିଲାଗି ସରକାର ଅବକାରୀ ନିୟମରେ ସମ୍ପୂର୍ଣ୍ଣ ପରିବର୍ତନ କରାଯିବ। ଆସନ୍ତା ବର୍ଷ ନୂଆ ମଦନୀତି ମଧ୍ୟ ଆସିବ, ଯେଉଁଥିରେ ଚୋରାମଦ ବିକ୍ରି ବନ୍ଦ କରିବାକୁ ସରକାର କଡା ନିୟମ ରଖିବେ।
ଯେଉଁ ମଦନୀତି ଥିଲା, ସେଥିରେ ଆମୂଳଚୁଳ ପରିବର୍ତ୍ତନ କରାଯିବ। ଏଥିସହିତ ଯାହା କିଛି ସମସ୍ୟା ରହିଥିଲା, ତାକୁ କିପରି ସଠିକରୂପେ କରାଯିବ ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି” ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି।