FeaturedLatestSports

ପୁରୁଷ ହକିରେ ବ୍ରୋଞ୍ଜ ପଦକ ଜିତିଲା ଭାରତ 

ପ୍ୟାରିସ (ସଂକେତ ଟିଭି): ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ପେନକୁ ୨-୧ରେ ପରାସ୍ତ କରି ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିଛି । ଏହା ସହିତ ଲଗତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ପାଇଛି ।

ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ଦମ୍‌ଦାର ପ୍ରଦର୍ଶନ କରିଥିଲେ। ହେଲେ ଏଥିରେ ଗୋଟିଏ ବି ଗୋଲ ସ୍କୋର ହୋଇପାରି ନ ଥିଲା। ହେଲେ ଦ୍ୱିତୀୟ କ୍ୱାର୍ଟରରେ ସ୍ପେନ ଗୋଟିଏ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା। ଦଳର ମାର୍କ ମିରାଲ୍ସ ୧୮ ମିନିଟରେ ଏହି ଗୋଲ ସ୍କୋର କରିଥିଲେ।

ତେବେ ଭାରତୀୟ ଦଳ ତା’ର ଦ୍ୱିତୀୟ ପିସିରେ ସ୍ପେନ୍ ବିପକ୍ଷରେ ୧-୧ ଗୋଲ୍ ରେ ବରାବର କରିଥିଲା । ଦ୍ବିତୀୟ କ୍ୱାର୍ଟର ଶେଷ ହେବା ପୂର୍ବରୁ ଭାରତୀୟ ଦଳ ଏହି ଚମତ୍କାର ଗୋଲ ସ୍କୋର କରିଥିଲା । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଏହି ଗୋଲ୍ ଦେଇଥିଲେ। ଫଳରେ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୨-୧ରେ ଆଗୁଆ ରହିଥିଲା।

ଚତୁର୍ଥ କ୍ୱାର୍ଟରରେ ଭାରତ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। କିନ୍ତୁ କୌଣସି ଗୋଲ ସ୍କୋର କରିବାରେ ସଫଳ ହୋଇ ନ ଥିଲା । ସେହିପରି ସ୍ପେନ ମଧ୍ୟ ଗୋଲ ସ୍କୋର କରିବାକୁ ପ୍ରାଣପ୍ରଣେ ଚେଷ୍ଟା କରିଥିଲା। ହେଲେ ଟିମ୍‌ ଇଣ୍ଡିଆ ସବୁ ପ୍ରୟାସକୁ ବିଫଳ କରିଥିଲା। ଫଳରେ ଭାରତ ୨-୧ରେ ବିଜୟୀ ହୋଇ ବ୍ରୋଞ୍ଜ ମେଡାଲ ଜିତି ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛି।