FeaturedLatestSports

ରୌପ୍ୟ ଜିତିଲେ ନୀରଜ, ଖୁସିରେ ଗଦ୍‌ଗଦ୍‌ ହେଲେ ମୋଦି

ନୂଆଦିଲ୍ଲୀ (ସଂକେତ ଟିଭି): ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି । ଚଳିତ ବର୍ଷ ପାକିସ୍ତାନର ଅର୍ଶଦ ନଦିମ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ବ୍ୟତୀତ ନଦିମ ୯୨.୯୭ ମିଟର ଜାଭେଲିନ ଫିଙ୍ଗି ଅଲିମ୍ପିକ୍ସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି।

ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଲଗାତାର ଦୁଇଟି ଅଲିମ୍ପିକ ପଦକ ଜିତିବାରେ ନୀରଜ ପ୍ରଥମ ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଖେଳାଳି ହୋଇଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ।

ପିଏମ ମୋଦି ନୀରଜଙ୍କୁ ଫୋନ କରି କହିଛନ୍ତି, ରୌପ୍ୟ ଜିତି ଆପଣ ଦେଶର ନାମ ଉଜ୍ଜ୍ବଳ କରିଛନ୍ତି। ଦେଶବାସୀ ଅଗଷ୍ଟ ୮ ତାରିଖ ଆପଣଙ୍କ ଖେଳ ଦେଖୁଥିଲା। ଦେଶବାସୀଙ୍କ ଆଶା ଥିଲା ଆପଣ ନିଶ୍ଚୟ ସ୍ବର୍ଣ୍ଣ ପଦକ ଜିତିବେ। ଖେଳ ସମୟରେ ଆପଣ ଆହତ ହୋଇଥିଲେ ତଥାପି ନିଜ କର୍ତ୍ତବ୍ୟପଥରୁ ଓହରି ନଥିଲେ।

ମୁଁ ଜାଣିଛି ଆପଣ ସ୍ବର୍ଣ୍ଣ ପଦକ ଜିତି ନପାରିଥିବାରୁ ମନ ଉଣା କରିଛନ୍ତି। ମୁଁ କହିବି ଏହି କଷ୍ଟକୁ ମନରୁ ବାହାର କରି ଦିଅନ୍ତୁ କାରଣ ଆପଣ ହେଉଛନ୍ତି ନିଜେ ଗୋଟେ ସୁନା ମୁଣ୍ଡା।’

ନୀରଜ ନିଜ ପ୍ରତିକ୍ରିୟାରେ ମୋଦୀଙ୍କୁ କହିଥିଲେ, ‘ମୁଁ ଯେମିତି ଚାହିଁଥିଲି ସେମିତି ଖେଳି ପାରିଲି ନାହିଁ। ଲୋକମାନେ ମୋ ଠାରୁ ସୁନ‌ାପଦକର ଆଶା ରଖିଥିଲେ। ଏହି ପଦକ ପାଇଁ ମୁଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଛି। କିନ୍ତୁ ପାରିଲି ନାହିଁ। କାରଣ ପ୍ରତିଯୋଗିତା ବହୁତ ଟପ ଥିଲା।’