ପଶ୍ଚିମବଙ୍ଗ ଯାଉଥିବା ମାଛ ଓ ଅଣ୍ଡା ଟ୍ରକକୁ ଅଟକାଇଲେ ସାମାଜିକ ସଂଗଠନ
କଟକ (ସଂକେତ ଟିଭି): ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଥିବା ଆଳୁ ସଂକଟର ପ୍ରତିବାଦରେ ବିଭିନ୍ନ ସାମାଜିକ ସଂଗଠନ ଆଜି (ଶୁକ୍ରବାର) ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଯାଉଥିବା ସମସ୍ତ ଖାଦ୍ୟ ଗାଡିକୁ କଟକରେ ଅଟକାଇଛନ୍ତି । ମଙ୍ଗୁଳି ଛକ ନିକଟସ୍ଥ ଟାଙ୍ଗି ଟୋଲଗେଟ ନିକଟରେ କୋଲକାତାକୁ ଯାଉଥିବା ମାଛ, ଅଣ୍ଡା ଓ ବିଭିନ୍ନ ଖାଦ୍ୟ ବୋଝେଇ ଟ୍ରକ ଗୁଡିକୁ ଅଟକ ରଖାଯାଇଛି ।
କଟକ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏକତ୍ରିତ ହୋଇ ଜାତୀୟ ରାଜପଥ ୧୬ ମଙ୍ଗୁଳି ଛକରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିରୋଧରେ ଏମିତି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି । ସକାଳୁ କୋଲକାତା ଅଭିମୁଖେ ଯାଉଥିବା ସମସ୍ତ ଖାଦ୍ୟ ବୋଝେଇ ଭାରିଯାନକୁ ଟୋଲ ଗେଟ ପାଖରେ ଅଟକ ରଖାଯାଇଛି ।
ମମତା ବାନାର୍ଜୀ ଯଥାଶୀଘ୍ର ଆଳୁ ଟ୍ରକ ଛାଡନ୍ତୁ । ଯଦି ସେ ଆଳୁ ଗାଡି ନ ଛାଡନ୍ତି, ତାହେଲେ ଆଗାମୀ ଦିନରେ ଓଡ଼ିଶା ଦେଇ ଯାଉଥିବା ମାଛ, ଅଣ୍ଡା, ପରିବା ଗାଡି ଛାଡିବୁ ନାହିଁ । ଆମେ ବର୍ଡରରେ ସବୁ ଖାଦ୍ୟ ଗାଡିକୁ ବନ୍ଦ କରିଦେବୁ ବୋଲି ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକେ କଡ଼ା ଚେତାବନୀ ଦେଇଛନ୍ତି ।