FeaturedGeneralLatestPolitics

ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ମନୀଷ ସିସୋଡିଆଙ୍କୁ ୧୭ ମାସ ପରେ ମିଳିଲା ଜାମିନ

ନୂଆଦିଲ୍ଲୀ(ସଂକେତ ଟିଭି): ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ୧୭ ମାସ ଜେଲରେ ରହିବା ପରେ ଜାମିନ ମିଳିଛି। ଉଭୟ ସିବିଆଇ ଓ ଇଡି ମାମଲାରେ ଆଜି ତାଙ୍କୁ ଜାମିନ ମିଳିଛି । ଏଥିସହ ତାଙ୍କୁ ନିଜର ପାସପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ମାମଲାରେ ବିଚାରପତି ବି.ଆର ଗାଭାଇ ଏବଂ କେ.ବି ବିଶ୍ୱନାଥଙ୍କ ଖଣ୍ଡପୀଠ ତିନିଦିନ ପୂର୍ବରୁ ରେ ସଂରକ୍ଷିତ ରଖିଥିଲେ। ମନୀଷ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ମନୀଷଙ୍କ ଜାମିନ ଖାରଜ କରିଦେଇଥିଲେ।

ମନୀଷଙ୍କୁ ଜାମିନ ଦେଇ ସୁପ୍ରିମକୋର୍ଟ କହିଛନ୍ତି, ” ଜାମିନ ମାମଲାରେ ହାଇକୋର୍ଟ ଏବଂ ଟ୍ରାଏଲ କୋର୍ଟ ସୁରକ୍ଷିତ ଖେଳ ଖେଳୁଛନ୍ତି। ଏପରି ମାମଲାରେ ଜାମିନ ଦେବାକୁ ମନା କରାଯାଇ ପାରିବ ନାହିଁ। ଏବେ ସମୟ ଆସି ଯାଇଛି କି ଅଦାଲତମାନଙ୍କୁ ବୁଝିବାକୁ ହେବ କି ଜାମିନର ଏକ ନିୟମ ଅଛି ଏବଂ ଜେଲ ଏକ ଅପବାଦ ଅଟେ।”

ଅତିରିକ୍ତ ସଲିସିଟର ଜେନେରାଲ ଏସବି ରାଜୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ କି ମନୀଷ ସିସୋଡିଆଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରବେଶ ଉପରେ ରୋକ ଲଗାଇବାକୁ କହିଥିଲେ। କିନ୍ତୁ ଖଣ୍ଡପୀଠ କହିଥିଲେ ଆମେ ଏହାର ଅନୁମତି ଦେଇପାରିବୁ ନାହିଁ। ସ୍ୱତନ୍ତ୍ରତା ମାମଲାରେ ପ୍ରତ୍ୟେକ ଦିନ ମୂଲ୍ୟବାନ ଅଟେ।

ତେବେ ସୁପ୍ରିମକୋର୍ଟ ସିସୋଡିଆଙ୍କୁ ତିନୋଟି ସର୍ତ୍ତରେ ଜାମିନ ଦେଇଛନ୍ତି। ପ୍ରଥମ ତାଙ୍କୁ ୧୦ ଲକ୍ଷ ଟଙ୍କା ମୁଚାଲିକା ଦାଖଲ କରିବାକୁ ହେବ। ଏହାବ୍ୟତୀତ ତାଙ୍କୁ ଦୁଇଜଣ ଜାମିନଦାର ଉପସ୍ଥିତ କରିବାକୁ ହେବ। ସେହିପରି ତୃତୀୟ ସର୍ତ୍ତ ହେଉଛି କି ସେ ତାଙ୍କର ପାସପୋର୍ଟକୁ କୋର୍ଟଙ୍କ ପାଖରେ ଦାଖଲ କରିବେ।

ସିସୋଦିଆଙ୍କୁ ବେଲ୍ ମିଳିବା ପରେ ଆପ୍ ନେତା ସଞ୍ଜୟ ସିଂ ନିଜ ବାସଭବନରେ ମିଠା ବାଣ୍ଟି ଖୁସି ମନାଇଛନ୍ତି । ଏଥିପାଇଁ ସେ ସୁପ୍ରିମକୋର୍ଟକୁ ଧନ୍ୟବାଦ ଜଣାଇ କହିଛନ୍ତି, ସତ୍ୟର ବିଜୟ ହୋଇଛି । ଏହି ମଦ ଦୁର୍ନୀତି ମାମଲାରେ କୌଣସି ତଥ୍ୟ କିମ୍ବା ସତ୍ୟତା ନାହିଁ । ଜୋର ଜବରଦସ୍ତ ଆମ ନେତାଙ୍କୁ ଗିରଫ କରି ଜେଲ୍‌ରେ ଭର୍ତ୍ତି କରାଯାଇଛି । ଭାରତର ପ୍ରଧାନମନ୍ତ୍ରୀ କ ଣ ସିସୋଦିଆଙ୍କ ଜୀବନର ସେହି ୧୭ ମାସର ଜବାବ ଦେବେ ?

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୩ ଫେବୃଆରୀ ୨୬ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ତତ୍କଳୀଳ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଏହାପରେ ସେହିବର୍ଷ ମାର୍ଚ୍ଚରେ ପୁଣି ଇଡି ତାଙ୍କୁ ଗିରଫ କରିଥିଲା । ୨୦୨୩ ଫେବୃଆରୀ ୨୮ରେ ସିସୋଦିଆ ଦିଲ୍ଲୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ । ସଞ୍ଜୟ-ସିସୋଦିଆଙ୍କୁ ମିଳିଲା, କେଜ୍ରିୱାଲଙ୍କୁ କେବେ ?ସଞ୍ଜୟ ସିଂଙ୍କ ପରେ ସିସୋଦିଆ ହେଉଛନ୍ତି ଦ୍ବିତୀୟ ଆପ୍ ନେତା ଯିଏକି ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ବେଲ୍ ପାଇଛନ୍ତି । କିଛି ଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ । ମାତ୍ର ସିବିଆଇ ମାମଲା ଥିବାରୁ ସେ ଜାମିନରେ ଜେଲରୁ ମୁକୁଳି ପାରିନଥିଲେ । ଏବେ ବି କେଜ୍ରିୱାଲ ତିହାର ଜେଲ୍‌ରେ ଅଛନ୍ତି ।