ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କରିଛନ୍ତି । ସେ ଲୋକସେବା ଭବନରେ ହର୍ ଘର୍ ତ୍ରିରଙ୍ଗା କାନଭାସରେ ଦସ୍ତଖତ କରିବା ସହ ତ୍ରିରଙ୍ଗା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇ ଦସ୍ତଖତ କରିଥିଲେ । ଏହି ଅବସରରେ ସମସ୍ତ ମନ୍ତ୍ରୀମାନେ ତ୍ରିରଙ୍ଗା ଉଡାଇଥିଲେ । ତେବେ ୯ରୁ ୧୫ତାରିଖ ଯାଏଁ ରାଜ୍ୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ନିଜ ଘରେ ତ୍ରିରଙ୍ଗା ଲଗାଇ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିବାକୁ ବି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।