FeaturedLatestNews

ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର (ସଂକେତ ଟିଭି): ପୁର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘର ସମେତ କଟକ, ଭୁବନେଶ୍ବର ଓ ଝାରସୁଗୁଡ଼ାର ୯ଟି ସ୍ଥାନରେ ଭିଜିଲାନ୍ସ ଚଢଉ କରିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଉଛି।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ତିଗିରିଆରେ ଥିବା ପୈତୃକ ଘର, ରାଜଧାନୀ ନୟାପଲ୍ଲୀର ଅପର୍ଣ୍ଣା ଆପାର୍ଟମେଣ୍ଟ, କସ୍ମୋପଲିସି ସ୍ଥିତ ୨ଟି ଫ୍ଲାଟ, ଝାରସୁଗୁଡ଼ା ସ୍ଥିତ ୩ଟି ଆପାର୍ଟମେଣ୍ଟ, ତିଗିରିଆରେ ଥିବା ସମ୍ପର୍କୀୟଙ୍କ ଘର ଏବଂ ନୟାପଲ୍ଲୀ ନିଳକଣ୍ଠ ନଗରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଭିଜିଲାନ୍ସ ରେଡ୍ କରୁଛି । ଆଜି ଭୋର ୪ଟା ବେଳୁ ଭିଜିଲାନ୍ସ ପକ୍ଷରୁ ଚଢଉ ଆରମ୍ଭ ହୋଇଥିଲା।ଏହି ଚଢାଉରେ ୧୨ ଜଣ ଡିଏସପି, ୧୨ ଜଣ ଇନସପେକ୍ଟର, ୧୬ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।

ତେବେ ଭିଜିଲାନ୍ସ ଚଢାଉ ବେଳେ ବେଳେ ତାରା ପ୍ରସାଦଙ୍କ ଘରୁ ଦେଢ କେଜିର ସୁନା ଅଳଙ୍କାର ଓ ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଛି। ଏହା ସହ ନଗଦ ୬ ଲକ୍ଷ ଟଙ୍କା, ୨ଟି କାର୍, ୧୩ ଲକ୍ଷ ଟଙ୍କାର ଏକ ରୋଲେକ୍ସ ୱାଚ୍ ମଧ୍ୟ ଜବତ ହୋଇଛି। ଭୁବନେଶ୍ଵର ଏବଂ ଝାରସୁଗୁଡ଼ାରେ ତାରା ପ୍ରସାଦଙ୍କ ୯ଟି ଫ୍ଲାଟ୍ ରହିଛି। କଟକ, ଭୁବନେଶ୍ଵର ଏବଂ ଜଟଣୀରେ ୭ଟି ପ୍ଲଟ ରହିଛି। କେବଳ ସେତିକି ନୁହେଁ ତାରା ପ୍ରସାଦଙ୍କ ଘରୁ ୟୁଏସଏ, ଥାଇଲାଣ୍ଡ, ଭିଏତନାମା, ୟୁଏଇ, କାନାଡା, ମେକ୍ସିକୋ, ମାଲେସିଆ ଏବଂ ସିଙ୍ଗାପୁରର କରେନ୍ସି ଜବତ ହୋଇଛି।