FeaturedLatestNewsSports

ପ୍ରମୋଦ ଭଗତ ସସ୍‌ପେଣ୍ଡ, ୨୦୨୪ ପାରା ଅଲିମ୍ପିକ୍ସରେ ଭାଗ ନେଇପାରିବେନି

ନୂଆଦିଲ୍ଲୀ (ସଂକେତ ଟିଭି): ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ ସସ୍‌ପେଣ୍ଡ କରିଥିବା ଜଣାପଡିଛି। ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରମୋଦଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଫଳରେ ପ୍ରମୋଦ ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାଗ ନେଇପାରିବେନି। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପ୍ରମୋଦ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ।

ଗତ 12 ମାସ ମଧ୍ୟରେ ପ୍ରମୋଦଙ୍କର ତିନୋଟି ଡୋବ୍ ଟେଷ୍ଟ୍ କରାଯାଇଥିଲା। ଯେଉଁଥିରେ ସେ ତିନି ଥର ଯାକ ଫେଲ ମାରିଛନ୍ତି । ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ (BWF) ଏହି ଦଣ୍ଡାଦେଶ ତଥା ନିଲମ୍ବନାଦେଶ ଶୁଣାଇଛି । BWF ଆଣ୍ଟି- ଡୋପିଂ ରେଗୁଲେସନ୍ ଆଇନ ଅନୁସାରେ ଏହି ଦଣ୍ଡ ବିଧାନ ହୋଇଛି । ଆଜି (ମଙ୍ଗଳବାର) ବିଡବ୍ଲ୍ୟୁଏଫ୍ ଏହି ନିଷ୍ପତ୍ତି ଶୁଣାଇଛି । ତେବେ ଗତ ମାର୍ଚ୍ଚ 1 ତାରିଖରେ ସିଏସ୍ (Court of Arbitration of Sport) ର ଆଣ୍ଟି- ଡୋପିଂ ଡିଭିଜନ ଡୋପିଂ- ଟେଷ୍ଟ କରି ଜାଣିପାରିଥିଲେ କି, ଏହି ବ୍ୟାଡମିଣ୍ଟନ ଖେଳାଳି ଆଣ୍ଟି-ଡୋପିଂ ଆଇନର ଉଲ୍ଲଙ୍ଘନ କରିଛନ୍ତି ।

ଓଡ଼ିଶାର ଗର୍ବ ତଥା ପ୍ରଥମ ଓ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରି ସାରିଛନ୍ତି ପାରାଲିମ୍ପିଆନ ପ୍ରମୋଦ ଭଗତ। ସେ ପଦ୍ମଶ୍ରୀ ସମ୍ମାନରେ ମଧ୍ଯ ସମ୍ମାନିତ ହୋଇଛନ୍ତି । ମାତ୍ର ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ଓଡ଼ିଶା ତଥା ପୁରା ଦେଶବାସୀଙ୍କ ମଧ୍ୟରେ ନିରାଶା ଭାବ ଖେଳିଯାଇଛି।