ଭାରତର ନୂଆ ବୋଲିଂ କୋଚ୍ ହେଲେ ମର୍ଣ୍ଣେ ମର୍କେଲ
ନୂଆଦିଲ୍ଲୀ (ସଂକେତ ଟିଭି): ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ମର୍ଣ୍ଣେ ମର୍କେଲଙ୍କୁ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ବୋଲିଂ କୋଚ୍ ନିଯୁକ୍ତ କରାଯାଇଛି । ବିସିସିଆଇ ପକ୍ଷରୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ମର୍କେଲଙ୍କ ନବ ନିଯୁକ୍ତ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ କୋଚ୍ ଅଭିଷେକ ନାୟାର ଏବଂ ରିଆନ୍ ଦଶ ଡଚ୍ ଏବଂ ଫିଲ୍ଡିଂ କୋଚ୍ ଟି ଦିଲୀପଙ୍କ ସହ ଭାରତୀୟ ଦଳର ପ୍ରଶିକ୍ଷକ ଗୋଷ୍ଠୀରେ ଯୋଗଦେବେ।
ଦକ୍ଷିଣ ଆଫ୍ରିକାର ୩୯ ବର୍ଷିୟ ମର୍କେଲ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ପ୍ରଥମ ପସନ୍ଦ ଥିଲେ। ଉଭୟ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ଦଳରେ ଏକାଠି କାମ କରିଛନ୍ତି। ଗମ୍ଭୀର ୨ ବର୍ଷ ଧରି ଆଇପିଏଲ ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସର ମେଣ୍ଟର ବା ମାର୍ଗଦର୍ଶକ ଥିବା ବେଳେ ମର୍ନେ ମର୍କେଲ ବୋଲିଂ ପ୍ରଶିକ୍ଷକ ଥିଲେ। ଏହାପୂର୍ବରୁ ଗମ୍ଭୀର ଏବଂ ମର୍କେଲ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳରେ ତିନି ବର୍ଷ ଧରି ପରସ୍ପର ସହ କାମ କରିଥିଲେ। ମର୍କେଲ ଦକ୍ଷିଣ ଆଫ୍ରିକା ପାଇଁ ୨୦୦୬ରୁ ୨୦୧୮ ମଧ୍ୟରେ ୮୬ ଟେଷ୍ଟ, ୧୧୭ ଦିନିକିଆ ଏବଂ ୪୪ ଟି୨୦ ଖେଳିଛନ୍ତି।