FeaturedLatestPolitics

ପଛରେ ବସିଲେ ରାହୁଲ ଗାନ୍ଧୀ, ଆପତ୍ତି ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ (ସଂକେତ ଟିଭି): ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ କ୍ରମାଗତ ଏକାଦଶ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ମି ରାହୁଲ ଗାନ୍ଧୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ହେଲେ ସେ ଶେଷ ଧାଡିରେ ବସିଥିବାର ନଜର ଆସିଥିଲେ।

ଅଲିମ୍ପିକ ପଦକ ବିଜେତାମାନେ ରାହୁଲଙ୍କ ଆଗରେ ବସିଥିବାର ନଜର ଆସିଛନ୍ତି। ସେ ଯେଉଁ ଲାଇନରେ ବସିଥିଲେ, ହକି ଦଳର କିଛି ଖେଳାଳି ମଧ୍ୟ ତାଙ୍କ ସହ ବସିଥିଲେ। ରାହୁଲଙ୍କ ପଛରେ ଆଉ ଦୁଇଟି ଧାଡି ଅଛି, ଯେଉଁଥିରେ ଅନ୍ୟ କେତେକ ଅତିଥି ବସିଛନ୍ତି।

ବିଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସ ପାଳନ ପାଇଁ ଲାଲକିଲ୍ଲାରେ ଜଣେ ବିରୋଧୀଦଳ ନେତା ଉପସ୍ଥିତ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କୁ ପଛରେ ବସିବାକୁ ନେଇ ବିବାଦ ଲାଗି ରହିଛି। ତାଙ୍କୁ ପଛରେ ବସାଇବାକୁ ନେଇ ବିବାଦ ଉଠିଛି। ତେବେ ଏହି ସମଗ୍ର ପ୍ରସଙ୍ଗରେ ସରକାରଙ୍କ ତରଫରୁ ଏକ ବିବୃତ୍ତି ମଧ୍ୟ ଆସିଛି।

କଂଗ୍ରେସ ଅଭିଯୋଗ କରିଛି ଯେ, କାର୍ଯ୍ୟରେ ମଧ୍ୟ ରାଜନୀତି ଚାଲିଛି। କଂଗ୍ରେସ ରାଜ୍ୟ ସଭା ସାଂସଦ ବିବେକ ତଙ୍କା କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟ କାହିଁକି ଏତେ ଖରାପ ଆଚରଣ କରୁଛି? ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଚତୁର୍ଥ ଧାଡିରେ ବସିଛନ୍ତି। ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀଙ୍କ ପରେ ଆସୁଛନ୍ତି, ଆପଣ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏକ ଜାତୀୟ କାର୍ଯ୍ୟକୁ ରାଜନୀତିକରଣ କରିବାକୁ କିପରି ଅନୁମତି ଦେଲେ? ରାଜନାଥ ଜୀ ଆପଣଙ୍କଠାରୁ ଏମିତି ଆଶା ନ ଥିଲା।

ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସମୟରେ ଆଗଧାଡିରେ ଅଲିମ୍ପିକ୍ସ ମେଡାଲ ବିଜେତାମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଯେଉଁ କାରଣରୁ ରାହୁଲ ଗାନ୍ଧୀ ପଛ ଧାଡିରେ ବସିଥିଲେ । ନଚେତ୍ ପ୍ରୋଟୋକଲ ମୁତାବକ, ବିରୋଧୀ ଦଳର ନେତା ଆଗଧାଡିରେ ବସିବାର ନିୟମ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।