ଘୋଷଣା ହେଲା ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ତାରିଖ
ନୂଆଦିଲ୍ଲୀ (ସଂକେତ ଟିଭି): ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ ତାରିଖ ଘୋଷଣା କରିଛନ୍ତି। ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜମ୍ମୁ-କଶ୍ମୀରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୪ରେ ଉଭୟ ରାଜ୍ୟର ଭୋଟ୍ ଗଣତି ହେବା ସହ ନିର୍ବାଚନ ଫଳାଫଳ ପ୍ରକାଶ କରାଯିବ।
ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଅକ୍ଟୋବର ୧ ତାରିଖରେ ୯୦ ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଏଠାରେ ୨ କୋଟି ୧ ଲକ୍ଷ ମତଦାତା ମତଦାନ କରିବେ । ଏଥିପାଇଁ ୨୦ ହଜାର ୨୬୯ ପୁଲିଂ ଷ୍ଟେସନର ବ୍ୟବସ୍ଥା କରାଯିବ । ୧୫୦ ରୁ ଅଧିକ ମେଡାଲ ପୁଲିଂ ବୁଥ୍ ରହିବ । ଅକ୍ଟୋବର ୧ରେ ଭୋଟ ଗ୍ରହଣ ପରେ ଅକ୍ଟୋବର ୪ରେ ଗଣନା କରାଯିବ ବୋଲି ରାଜୀବ କୁମାର କହିଛନ୍ତି।