FeaturedLatestNews

ହିତାଧିକାରୀଙ୍କୁ ଚାଉଳ ସହ ଯୋଗାଇ ଦିଆଯିବ ଗହମ

ଭୁବନେଶ୍ବର (ସଂକେତ ଟିଭି): ହିତାଧିକାରୀଙ୍କୁ ଚାଉଳ ସହ ଗହମ ଦିଆଯିବ । ଯେତିକି ଚାଉଳ ମିଳୁଛି ତାହାର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଓଡ଼ିଶା ଲୋକଙ୍କ ଗହମ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପାଖରେ ଦାବି ରଖିଛି । ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦିଆଯିବ। ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଗହମକୁ ବନ୍ଦ କରି ଅଧିକ ଚାଉଳ ଦେବା ପାଇଁ କେନ୍ଦ୍ରକୁ ଦାବି କରି ଗହମ ଯୋଗାଣକୁ ବନ୍ଦ କରି ଦିଆଯାଇଥିଲା । ପୂର୍ବ ବିଜେଡି ସରକାର ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ ।

ସେହିପରି ଉପାନ୍ତ ଅଞ୍ଚଳରେ ପଞ୍ଚାୟତ ଅଫିସକୁ ଆସି ପାରୁନଥିବା ହିତାଧିକାରୀଙ୍କ ଘରେ ଚାଉଳ ପହଞ୍ଚାଯିବ। ଅନ୍ୟପଟେ ରାଜ୍ୟରେ ଅଯୋଗ୍ୟ ହିତାଧିକାରୀ ଓ ଭୂତ ହିତାଧିକାରଙ୍କୁ ଚିହ୍ନଟ କରିବାରୁ ରାଜ୍ୟ ସରକାର ଧରପଗଡ଼ ଚଳାଇଛନ୍ତି । ଜିଲ୍ଲା ସ୍ତରରେ ଏହି କାର୍ଯ୍ୟ ଚାଲିଛି । ହିତାଧିକାରୀଙ୍କ ଆଧାର ଭିତ୍ତିକ କେୱାଇସି ଯାଞ୍ଚ ହେବ । ତେବେ ରାଜ୍ୟରେ ଏବେ ୧୬ ଲକ୍ଷରୁ ଅଧିକ ଭୂତ ହିତାଧିକାରୀ ଥିବା କିଛି ଦିନ ତଳେ ଯୋଗାଣ ମନ୍ତ୍ରୀ ସୂଚନା ଦେଇଥିଲେ ।