ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଡାକ୍ତରଙ୍କ ଦେଶବ୍ୟାପୀ ଧର୍ମଘଟ ଜାରି
ନୂଆଦିଲ୍ଲୀ (ସଂକେତ ଟିଭି): କୋଲକାତାର ଆରଜି କର ମେଡିକାଲରେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି ।
ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସ୍ୱାସ୍ଥ୍ୟ ସେବା ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ । କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି ହିଂସାକୁ ରୋକିବା ପାଇଁ ଡାକ୍ତରମାନେ ଏହି ଧର୍ମଘଟ ଆରମ୍ଭ କରିଛନ୍ତି।
ଏହି ସମୟରେ ଓପିଡି ଏବଂ ଅନ୍ୟ ସେବା ବନ୍ଦ ରହିବ। ତେବେ ଅତି ଜରୁରୀ ସେବା ଜାରି ରହିବ। ଇମର୍ଜେନ୍ସି କେୟାର ଏବଂ ଅତ୍ୟନ୍ତ ଜଟିଳ ଚିକିତ୍ସା ଜାରି ରହିବ ବୋଲି କୁହାଯାଇଛି । କୌଣସି ପ୍ରକାର ଜରୁରୀ ମେଡିକାଲ ଆବଶ୍ୟକତା ପାଇଁ କାଜୁଆଲ୍ଟି ସେବା ଉପଲବ୍ଧ ହେବ।