ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଛାଡ଼ିଲେ ଅସିତ ତ୍ରିପାଠୀ
ଭୁବନେଶ୍ବର (ସଂକେତ ଟିଭି): ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ଅସିତ୍ ତ୍ରିପାଠୀ ଇସ୍ତଫା ଦେଇଛନ୍ତି । ପୂର୍ବ ସରକାର ସମୟରେ WODC ଅଧ୍ୟକ୍ଷ ଭାବେ ସେ ନିଯୁକ୍ତି ପାଇଥିଲେ। ସେ ୨୦୨୦ ମସିହାରୁ ଏହି ଦାୟିତ୍ୱରେ ଥିଲେ । ହେଲେ ନୂଆ ସରକାର ଗଠନ ହେବା ପରେ ଅସିତ ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା । ଏହାସହ ପୂର୍ବରୁ ଥିବା ନିଗମ ବା ବୋର୍ଡରୁ ଅନେକ ଅଧ୍ୟକ୍ଷ ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା ବେଳେ କିଛି ଅଧ୍ୟକ୍ଷଙ୍କୁ ବିଦା କରାଯାଇଥିଲା । ହେଲେ ସବୁଠାରୁ ଅଧିକ ଚର୍ଚ୍ଚା ଅସିତ ତ୍ରିପାଠୀଙ୍କୁ ନେଇ ଚାଲିଥିଲା ।