LatestNews

ପ୍ରେମ ବିବାହକୁ ଅସ୍ବିକାର କରିବାରୁ ଟ୍ରେନ ଆଗକୁ ଡେଇଁଲେ ପ୍ରେମୀଯୁଗଳ

ଭବାନୀପାଟଣା (ସଂକେତ ଟିଭି): କଲାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ତେଲ ନଦୀ ରେଳ ବ୍ରିଜରେ ମାଲବାହୀ ଟ୍ରେନ୍‌ ଆଗକୁ ଡେଇଁ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପ୍ରେମିକା ନାବାଳିକାର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପ୍ରେମିକ ମୃତ୍ୟୁ ସହ ଡାକ୍ତରଖାନାରେ ସଂଗ୍ରାମ କରୁଛନ୍ତି।

ସୂଚନା ଅନୁସାରେ କେସିଙ୍ଗା ବ୍ଲକ ବିନେକେଲା ଗାଁର ଘନଶ୍ୟାମ ବାଗ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାକୁ ଭଲ ପାଉଥିଲେ। ନାବାଳିକାକୁ ସେ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାର ଲୋକେ ଏହାକୁ ନାପସନ୍ଦ କରିଥିଲେ । ଶେଷରେ ଉଭୟ ପ୍ରେମିକ-ପ୍ରେମିକା ଘର ଛାଡ଼ି ପଳାଇଥିଲେ। ତେଲ ନଦୀ ରେଳପୋଲ ନିକଟ ଦେଇ ଯାଇଥିବା ଟ୍ରେନ୍‌ଲାଇନ୍‌ରେ ଏକ ମାଲଗାଡ଼ି ଯାଉଥିବା ବେଳେ ସେମାନେ ହାତଧରାଧରି ହୋଇ ଟ୍ରେନ ଆଗକୁ ଡେଇଁପଡ଼ିଥିଲେ। ଟ୍ରେନ୍‌ ମାଡ଼ିଯିବା କାରଣରୁ ପ୍ରେମିକାର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସେପଟେ ପ୍ରେମିକ ଗୁରୁତର ଆହତ ହୋଇଛି । ତାଙ୍କୁ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଟିଟିଲାଗଡ଼ ଜିଆରପି ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି।