CrimeFeaturedLatestNews

୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆରଆଇ ଓ ଅମିନ

ସମ୍ବଲପୁର (ସଂକେତ ଟିଭି): ଭୂମିହୀନଙ୍କ ଠାରୁ ଜମିଜମା କାଗଜପତ୍ର କରିଦେବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆରଆଇ ଓ ଅମିନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସମ୍ବଲପୁର ଜିଲ୍ଲା କେଶାଇବାହାଲ ରାଜସ୍ଵ ନିରୀକ୍ଷକ ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫ ହୋଇଛନ୍ତି ।

କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ରାଜସ୍ୱ ସର୍କଲର ସାଲୋହି ଗ୍ରାମର ଶିବ ଚରଣ କଉଡ଼ିଙ୍କ ଜମିଜମା କାଗଜପତ୍ର କରି ଦେବା ସହ ପଟ୍ଟା ପ୍ରଦାନ ପାଇଁ ଲାଞ୍ଚ ନେଉଥିଲେ । ୧୦ ହଜାର ଟଙ୍କା ପ୍ରଦାନ ପାଇଁ ଉଭୟେ ଦାବି କରିଥିବା ବେଳେ ଶିବଚରଣ ପୂର୍ବରୁ ତାଙ୍କୁ ୩ ହଜାର ଟଙ୍କା ନେଇଥିଲେ । ବକେୟା ୭ ହଜାର ଟଙ୍କା ପ୍ରଦାନ ବେଳେ ସେ ଭିଜିଲାନ୍ସରେ ଅଭିଯୋଗ କରିବା ସହ ତାଙ୍କ ସାହାଯ୍ୟ ନେଇଥିଲେ । ଟଙ୍କା ପ୍ରଦାନ ବେଳେ ଉଭୟ ଆରଆଇ ଓ ଅମିନ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।