ଭୁବନେଶ୍ବର ଇଡି କାର୍ଯ୍ୟାଳୟ ଘେରିଲା କଂଗ୍ରେସ
ଭୁବନେଶ୍ୱର(ସଂକେତ ଟିଭି): ହିଣ୍ଡେନବର୍ଗ ଅନୁସନ୍ଧାନ ରିପୋର୍ଟ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ଆହ୍ୱନ କ୍ରମେ ସାରା ଦେଶରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ ସମ୍ମୁଖରେ କଂଗ୍ରେସ ଆଜି ପ୍ରତିବାଦ କରିଛି। ଓଡ଼ିଶାରେ କଂଗ୍ରେସ ମଧ୍ଯ ଭୁବନେଶ୍ବରରେ ଇଡ଼ି ଅଫିସ୍ ଘେରାଉ କରିଛି। ପୂର୍ବତନ ବିଧାୟକ ମହମ୍ମଦ ମୋକିମ ରାଜ୍ୟରେ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।
ଇଡ଼ି ଅଫିସକୁ କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ବ୍ୟାରିକେଡ ଭାଙ୍ଗି ଧସେଇ ପଶିବା ବେଳେ ପୋଲିସ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଭିନ୍ନ ସ୍ଥାନରୁ ପ୍ରାୟ ୩୦ ହଜାର ଦଳୀୟ କର୍ମୀ ରାଜଧାନୀରେ ପହଞ୍ଚିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟରେ ଅଗଷ୍ଟ ୧୦ରେ ସେବି ଚେୟାରମ୍ୟାନ୍ ମାଧବୀ ପୁରୀ ବଚ ଏବଂ ତାଙ୍କ ସ୍ୱାମୀ ଧାୱାଲ ବଚଙ୍କ ନିକଟରେ ଆଦାନୀ ଟଙ୍କା ସିଫୋନ ଦୁର୍ନୀତିରେ ବ୍ୟବହୃତ ଅସ୍ପଷ୍ଟ ଅଫଶୋର ପାଣ୍ଠିରେ ଷ୍ଟକ୍ ଥିବା ଅଭିଯୋଗ ହୋଇଥିଲା।