FeaturedLatestNews

ଲକ୍ଷ୍ମୀ ବସ୍ ଯୋଜନାରେ କ୍ଷତି ହୋଇଛି ୩୭୪ କୋଟି ଟଙ୍କା : ପରିବହନ ମନ୍ତ୍ରୀ

ଭୁବନେଶ୍ୱର(ସଂକେତ ଟିଭି): ଲକ୍ଷ୍ମୀ ବସ୍ ଯୋଜନାରେ ୩୭୪ କୋଟି ୮ ଲକ୍ଷ ୫୮ ହଜାର ଟଙ୍କାର କ୍ଷତି ହୋଇଛି । ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ।

ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ ଲକ୍ଷ୍ମୀ ବସ୍ ଯୋଜନା ବିଷୟ ଉଠାଇଥିଲେ । ଏହି ଯୋଜନାରେ କେତେ ଲାଭ ଅବା କ୍ଷତି ହୋଇଥିବାର ହିସାବ ମାଗିଥିଲେ । ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଲକ୍ଷ୍ମୀ ବସ୍‌‌ ମାଧ୍ୟମରେ ଯୋଜନା ଆରମ୍ଭ ହେବା ଦିନରୁ ବର୍ତମାନ ପର୍ଯ୍ୟନ୍ତ ମୋଟ ୩୯୯ କୋଟି ୧୨ ଲକ୍ଷ ୪୪ହଜାର ୬୪୦ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ମାତ୍ର ୨୫କୋଟି ୩ଲକ୍ଷ ଟଙ୍କା ଆଦାୟ ହୋଇଛି। ଅର୍ଥାତ ଏହି ଯୋଜନାରେ ସରକାର ଏପର୍ଯ୍ୟନ୍ତ ୩୭୪କୋଟି ୮ଲକ୍ଷ ୫୮ହଜାର ଟଙ୍କାର କ୍ଷତି ସହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।