CrimeFeaturedLatestNews

ଓଏସଆରଟିସିର ମୁଖ୍ୟ ଆକାଉଣ୍ଟସ୍ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶା ସଡ଼କ ଏବଂ ପରିବହନ ନିଗମ (OSRTC)ର ଚିଫ୍ ଆକାଉଣ୍ଟ ଅଫିସର (CAO)ବିଜୟ ମଙ୍ଗରାଜଙ୍କ ଘର ଓ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ଜାରି ରହିଥିବାର ସୂଚନା ମିଳିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଏହି ଚଢ଼ାଉ କରିଛି। ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ଉ କରାଯାଉଛି।

ସୂଚନା ଅନୁଯାୟୀ, ବିଜୟଙ୍କ ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟ, ନନ୍ଦନ ବିହାର ଓ ପଳାଶୁଣୀରେ ଥିବା ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି। ମଙ୍ଗରାଜଙ୍କ ଭୁବନେଶ୍ବରରେ ୨ଟି କୋଠା ଏବଂ ୨ଟି ପ୍ଲଟ୍ ଠାବ ଠାବ ହୋଇଥିବାବେଳେ-କେରଳର ଏରନାକୁଲ୍ଲମରେ ୨ଟି ବିଲ୍ଡିଂ ଥିବା ସନ୍ଦେହ କରାଯାଉଛି । ଏନେଇ ଯାଞ୍ଚ ଚାଲିଛି ।