FeaturedLatestNews

ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର : ଅବକାରୀ ମନ୍ତ୍ରୀ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ କରାଯିବ। ଆଜି ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ଆଜି ବିଧାନସଭା ଦ୍ବିତୀୟ ଅଧିବେଶନର ୪ର୍ଥ ଦିନ ମୁଲତବି ପ୍ରସ୍ତାବ ଆଲୋଚନାବେଳେ ଅବକାରୀ ମନ୍ତ୍ରୀ ଉତ୍ତର ରଖି ଏହା କହିଛନ୍ତି।

ଅବକାରୀ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ରହିବନି। ନିର୍ଦ୍ଧିଷ୍ଟ ଦୂରତାରେ ମଦ ଦୋକାନ ରହିବ। ଠିକ୍ ସେହିପରି ଏକ ବର୍ଷ ମଧ୍ୟରେ ଚୋରା ମଦ କାରବାର ନେଟୱାର୍କର ମୂଳୋତ୍ପାଟନ କରାଯିବ। ସରକାରୀ ଜାଗାରେ ହେଉଥିବା ମଦ କାରବାରକୁ ବୁଲଡଜର ଲଗାଇ ଭଙ୍ଗାଯିବ। ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ ବୋଲି ବି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।