FeaturedLatestNews

୧୫ ହଜାର କି.ମି ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର ଆଗାମୀ ଦିନରେ ୧୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ଦୁଇ ହଜାର କିଲୋମିଟର ରାସ୍ତାର ଉନ୍ନତିକରଣ କରିବେ । ସେହିପରି ଦୁର୍ଗମ ଅଞ୍ଚଳରେ ରାସ୍ତା ନିର୍ମାଣ ହେବ। ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ହେବା ଦ୍ବାରା ଗମନାଗମନରେ ସୁବିଧା ହେବ।

ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ ଭିଡ଼କୁ ଦୂର କରିବା ପାଇଁ ରାସ୍ତାର ଉନ୍ନତିକରଣ କରାଯିବ। ରାଜ୍ୟ ସରକାର ୨୦ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜୟଦେବ ବିହାରରୁ ନନ୍ଦନକାନନ ୧୩.୫ କିମି ରାସ୍ତା ନିର୍ମାଣ କରାଯିବ। ବିଧାନସଭାରେ ନିର୍ମାଣ ବିଭାଗ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହାସହ ଭୁବନେଶ୍ୱର ବାହାର ରିଂ ରୋଡ୍ ନିର୍ମାଣ କରାଯିବ । ପଟିଆରୁ ପାହାଳ ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ କରାଯିବ ବୋଲି ନିର୍ମାଣ ବିଭାଗ ମନ୍ତ୍ରୀଙ୍କ ପୃଥିବୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି ।