FeaturedLatestSports

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ଷ୍ଟାର ଓପନର ଶିଖର ଧାୱନ

ମୁମ୍ବାଇ(ସଂକେତ ଟିଭି): ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି । ଦଳରୁ ଲଗାତାର ବାଦ୍ ପଡ଼ିବା ପରେ ସେ ଅବସର ଗୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏକ ଭିଡିଓ ପୋଷ୍ଟ କରି ସେ ନିଜ ଅବସର ସମ୍ପର୍କରେ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ଭାରତୀୟ କ୍ରିକେଟରେ ଷ୍ଟାର ଓପନରଙ୍କ ତାଲିକାରେ ସ୍ଥାନ ପାଇଥିଲେ ଶିଖର । ତେବେ ଲଗାତାର ଟିମ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ ବର୍ତ୍ତମାନ କ୍ରିକେଟରୁ ସେ ବିଦାୟ ନେଇଛନ୍ତି ।

ଭିଡିଓରେ ଶିଖର କହିଛନ୍ତି, ଆଜି ମୁଁ ଏପରି ଏକ ସ୍ଥାନରେ ଛିଡା ହୋଇଛି, ଯେଉଁଠି ପଛକୁ ଅନାଇ ଦେଖିଲେ କେବଳ ସ୍ମୃତି ହିଁ ନଜରକୁ ଆସୁଛି । ଆଗକୁ ଅନାଇଲେ ପୁରା ଦୁନିଆ ଦେଖିବାକୁ ମିଳୁଛି । ମୋର ସବୁଦିନ ଏକ ସ୍ବପ୍ନ ଥିଲା ଭାରତ ପାଇଁ ଖେଳିବା । ତାହା ମଧ୍ୟ ମୁଁ କରି ଦେଖାଇଲି, ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ସବୁଠାରୁ ପ୍ରଥମେ ମୋ ପରିବାର, ମୋର ପିଲା ଦିନର କୋଚ ଯାହାଙ୍କ ତତ୍ତ୍ବାବଧାନରେ ମୁଁ କ୍ରିକେଟ ଶିଖିଛି । ମୋର ଟିମ୍‌ ଯାହାଙ୍କ ସହ ମୁଁ ବର୍ଷ ବର୍ଷ ଧରି ଖେଳିଛି , ମୋତେ ଏକ ପରିବାର ମିଳିଲା , ପରିଚୟ ମିଳିଲା ଓ ସମସ୍ତଙ୍କ ଭଲପାଇବା ମିଳିଲା । ଆଗକୁ ବଢିବାକୁ ହେଲେ କିଛି ପରିବର୍ତ୍ତନ କରିବାର ଅଛି ।

ସେ ଆହିରୁ ମଧ୍ୟ କହିଛନ୍ତି, ମୁଁ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ଘୋଷଣା କରୁଛି । ମୁଁ ଯେତେବେଳେ ମୋର କ୍ରିକେଟ କ୍ୟାରିୟରକୁ ଅଲବିଦା କହୁଛି, ମୋର ହୃଦୟର ଶାନ୍ତି ଅନୁଭବ କରୁଛି ଏଥି ପାଇଁ ମୋର ଦେଶ ପାଇଁ ମୁଁ କ୍ରିକେଟ ଖେଳିଛି । ମୋତେ ଖେଳିବାର ସୁଯୋଗ ଦେଇଥିବାରୁ ମୁଁ ବିସିଆଇ ଓ ଡିଡିସିଆକୁ ଧନ୍ୟବାଦ ଜଣାଉଛି । ସମସ୍ତ ଫ୍ୟାନ୍ସଙ୍କୁ ମଧ୍ୟ ଧନ୍ୟବାଦ ।

ଭାରତୀୟ ଦଳରେ ଶିଖରଙ୍କୁ ଶଙ୍କଟମୋଚକ ବୋଲି କୁହାଯାଏ । ଅନେକ ବଡ ବଡ ମ୍ୟାଚରେ ଦଳ ପ୍ରେସରେ ଥିବା ବେଳେ ସେ ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଛନ୍ତି । ୧୯୮୫ ଡିସେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମ ଗହଣ କରିଥିଲେ ଶିଖର।୧୨ବର୍ଷ ବୟସରୁ ଆରମ୍ଭ କରିଥିଲେ କ୍ରିକେଟ୍ ଟ୍ରେନିଂ । ୨୦୦୦-୦୧ ତାଙ୍କ ପାଇଁ ଥିଲା ବହୁତ ଖାସ୍ ଏହି ବର୍ଷ ସେ ବିଜୟ ହଜାର ଟ୍ରଫିରେ ୯ଟି ଇନିଂସ ରୁ ୭୫୫ ରନ୍ ସଂଗ୍ରହ କରିଥିଲେ,ତାଙ୍କ ଜବରଦସ୍ତ ପାରି ତାଙ୍କୁ କ୍ରିକେଟ୍ ଦୁନିଆର ଗବର ନାଁରେ ପରିଚିତ କରାଇପାରିଥିଲା। ୨୦୧୦ରେ ସିନିୟର ଭାରତୀୟ ଦଳରେ ସ୍ଥାନ ପାଇଁଥିଲେ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଡେବ୍ୟୁ କରିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୦୧୧ ମସିହାରେ ଟି-୨୦ ଏବଂ ୨୦୧୩ ମସିହାରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ଧାୱନ ଏପରିକି ଟିମ୍ ଇଣ୍ଡିଆର ଆଇସିସି ନାଁରେ ମଧ୍ୟ ସେ ପରିଚିତ ଥିଲେ ।

୨୦୧୩ ଚାମ୍ପିୟନ ଟ୍ରଫି ହେଉ ଅବା ୨୦୧୫ ଦିନିକିଆ ବିଶ୍ବକପ୍,୨୦୧୭ ଚାମ୍ପିୟନ୍ସ ଟ୍ରଫି ଭଳି ବିଭିନ୍ନ ପ୍ରତିଯୋଗିତାରେ ରନର ପାହାଡ ଛିଡା କରାଇଥିଲେ ଗବର।୨୦୧୩ ଚମ୍ପିଆନ୍ସ ଟ୍ରଫିରେ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଳାଇଥିଲେ ଶିଖର ଧୱନ । ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚରୁ ୩୬୩ ରନ୍ କରିବା ସହ ସର୍ବଶ୍ରେଷ୍ଠ ରନ୍ ସ୍କୋରର ଭାବରେ ଗୋଲଡେନ୍ ବ୍ୟାଟ୍ ହାସଲ କରିଥିଲେ ।

ଶିଖର ନିଜ କ୍ୟାରିୟର୍‌ରେ ୩୪ ଟେଷ୍ଟ,୧୬୭ ଦିନିକିଆ ଖେଳି ୬୭୯୩ ରନ୍ ସଂଗ୍ରହ କରିଥିଲେ,ତାଙ୍କର ସର୍ବାଧିକ ସ୍କୋର ୧୪୩ ରନ୍ ରହିଛି। ସେ ଦିନିକିଆରୁ ୩୯ ଟି ଅର୍ଦ୍ଧଶତକ,୧୭ଟି ଶତକ ହାସଲ କରିଥିଲେ। ୬୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ୧୭୫୯ ରନ୍ ସଂଗ୍ରହ କରିଥିଲେ । ସେଥିରେ ୧୧ଟି ଅର୍ଦ୍ଧଶତକ ହାସଲ କରିଥିଲେ,ଟି-୨୦ରେ ସର୍ବାଧିକ ସ୍କୋର ହେଉଛି ୯୨। ଟେଷ୍ଟରେ୩୪ ମ୍ୟାଚରୁ ୪୦ ଆଭରେଜରେ ୨ ୩୧୫ରନ ସଂଗ୍ରହ କରିଥିଲେ,ଯେଉଁଥିରେ ୫ଟି ଅର୍ଦ୍ଧଶତକ,୭ଟି ଶତକ ରହିଛି,ଟେଷ୍ଟରେ ୧୯୦ ରନ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର। ୨୦୨୨ ଡିସେମ୍ବର ୧୦ ତାରିଖରେ ଟିମ ଇଣ୍ଡିଆ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ ଶିଖର ଧୱନ । ଆଇପିଏଲରେ ମଧ୍ୟ ୨୨୨ଟି ମ୍ୟାଚ୍ ଖେଳି ୬୭୬୮ ରନ୍ ସଂଗ୍ରହ କରିଛନ୍ତି ଗବର,୧୦୬ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର।