ବିଜେଡ଼ିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ନବାଗତଙ୍କୁ ପ୍ରଶିକ୍ଷଣ ଦେଲେ ଅଭିଜ୍ଞ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ବର ଶଙ୍ଖ ଭବନରେ ବିଜେଡ଼ିର ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ମୋଟ୍ ୧୦ଟି ଟେକନିକାଲ ସେସନ୍ କରାଯାଇଛି । ଭଲ ବିଧାୟକ କିପରି ହୋଇପାରିବେ, ବିଭିନ୍ନ କମିଟିରେ କିପରି କାମ କରିବେ, ସରକାରଙ୍କୁ କିପରି ଜବାବ ମାଗିବେ, ବିଧାନସଭାର ସମସ୍ତ କାର୍ଯ୍ୟାବଳୀରେ କିପରି ନିଜକୁ ସାମିଲ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି ।
ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ବିଧାୟକ ଅରୁଣ ସାହୁ କହିଛନ୍ତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଠୁ ଆରମ୍ଭ କରି ଶୂନ୍ୟକାଳ, ମୁଲତବୀ ଆଲୋଚନା ଓ ବିଧାନସଭା ନିୟମାବଳୀ ନେଇ ଆଲୋଚନା ହୋଇଛି । ବିଧାନସଭାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ କେବଳ ଭାଷଣବାଜିରେ ସୀମିତ ରହିଥିଲା । ନୂଆ ବିଧାୟକଙ୍କୁ କିଛି ଶିଖିବାକୁ ମିଳିନାହିଁ । କିନ୍ତୁ ବିଜେଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭଲ ବିଧାୟକ ଭାବେ କିପରି ଭୂମିକା ତୁଲାଇବେ ସେ ନେଇ ଆଲୋଚନା ହୋଇଛି ।
ବିଜେଡି ନେତା ସଂତୃପ୍ତ ମିଶ୍ର କହିଛନ୍ତି, ବିଧାନସଭା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ କରାଯାଇ ଥିବାରୁ ବିଜେଡି ବୟକଟ୍ କରି ନୂଆ ବିଧାୟକଙ୍କୁ ଅଲଗା ପ୍ରଶିକ୍ଷଣ ଦିଆଯାଇଛି । ବିଜେଡି ଅନେକ ବର୍ଷ ସରକାରରେ ଥିଲେ ବି ବିରୋଧୀ ଦଳ ଭାବେ ନୂଆ । ତେଣୁ ସରକାର ପରି ବିରୋଧୀଦଳର ଭୂମିକା କିପରି ନିର୍ବାହ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି । ସରକାରଙ୍କୁ କିପରି ଉତ୍ତର ଦାୟୀ କରାଇବେ ସେ ନେଇ ବରିଷ୍ଠ ବିଧାୟକ ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ।