ଭୁବନେଶ୍ୱରରେ ଭଙ୍ଗାଯିବ ୧୯୧ ବେଆଇନ ଆପାର୍ଟମେଣ୍ଟ
ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ଵର ମହାନଗର ନିଗମ ଅଧିନରେ ଥିବା ଆପାର୍ଟମେଣ୍ଟକୁ ଭଙ୍ଗା ଯିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହା ବିଧାନସଭାରେ କହିଛନ୍ତି । ସେ ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ଆପାର୍ଟମେଣ୍ଟ ଜନିତ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଅଧିନରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ/ କୋଠାବାଡି ନିର୍ମାଣ ବିରୁଦ୍ଧରେ ମୋଟ ୪୯୧ ଟି ମାମଲା ରୁଜୁ ହୋଇଥିବା ବେଳେ ତନ୍ମଧ୍ୟରୁ ୧୯୧ ଟି ମାମଲାରେ ଭୂମିସାତ ପାଇଁ ଆଦେଶ ହୋଇଥିବା ସ୍ଥଳେ ୬୩ ଟି ମାମଲା ଖାରଜ ହୋଇଛି ଏବଂ ୨୩୭ ଟି ମାମଲା ବିଚାରାଧୀନ ଅଛି । ସେହିପରି ଭୁବନେଶ୍ଵର ମହାନଗର ନିଗମ ଅଧିନରେ ବେଆଇନ୍ ଭାବେ ଗଢ଼ିଉଠିଥିବା ଆପାର୍ଟମେଣ୍ଟ/କୋଠାବାଡି ନିର୍ମାଣ ବିରୁଦ୍ଧରେ ୧୪୪୪ ଟି ମାମଲା ରୁଜୁ ହୋଇଥିବା ବେଳେ ଏଥି ମଧ୍ୟରୁ ୪୫୧ ଟି ମାମଲା ଫଇସଲା ହୋଇସାରିଛି ଏବଂ ୯୯୩ ଟି ମାମଲା ବିଚାରଧୀନ ଅଛି । ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ ୧୯୮୨ ଅନୁସାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।